ମିଳିତ ଅବକାରୀ ଚଢଉ ୧୨ଶହ ଲିଟର ମହୂଲ ପଚୋ ନଷ୍ଟ : ଚୋରା ଦେଶୀ ରନ୍ଧା ମଦ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ମିଳିତ ଚଢଉ କରାଯାଇ ବ୍ୟାପକ ପରିମାଣର ମହୂଲ ପୋଚ ନଷ୍ଟ କରାଯିବା ସହ ୧୧୦ ଲିଟର ଚୋରା ଦେଶୀ ରନ୍ଧା ମଦକୁ ଜବତ କରାଯାଇଥିବାର ଜଣାପଡିଛି । ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ, ପାରଳାଖେମୁଣ୍ଡି ସଦର ଅବକାରୀ କର୍ମଚାରୀ ଏବଂ ଭ୍ରାମ୍ୟମାଣ ଅବକାରୀ ୟୁନିଟର କର୍ମଚାରୀମାନେ ମିଳିତ ପେଟ୍ରୋଲିଂ କରୁଥିବା ବେଳେ ପରିଡା ଏବଂ ଏସ୍.ରତନପୁର ଗ୍ରାମରେ ଚଢଉ କରାଯାଇଥିଲା । ଏହି ଚଢଉ ସମୟରେ ପରିଡା ଗ୍ରାମାଞ୍ଚଳରେ ୧୨ଶହ ଲିଟର ମହୂଲ ପୋଚ ଜବତ କରାଯାଇ ତକ୍ଷଣାତ ନଷ୍ଟ କରାଯାଇଥିବା ବେଳେ ୧୧୦ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରାଯାଇଥିଲା । ସେହିପରି ପାରଳାଖେମୁଣ୍ଡି ସହରର ନୂଆବସଷ୍ଟାଣ୍ଡ ଅଞ୍ଚଳରେ ୧୫ଲିଟର ଚୋରା ଦେଶୀ ରନ୍ଧା ମଦକୁ ଜବତ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ତେବେ ଉକ୍ତ ଘଟଣାରେ କାହାରିକୁ ଗିରଫ କରାଯାଇ ନଥିବାର ମଧ୍ୟ ଜଣାପଡିଛି ।


