ମା ତାରିଣୀ କଳାକାର ପରିଷଦର ବାର୍ଷିକ ସମ୍ମିଳନୀ
ହାଟଡିହି, (ବିକାଶ ବିଶ୍ୱାଳ) :ମା ତାରିଣୀ କଳାକାର ପରିଷଦର ବାର୍ଷିକ ସମ୍ମିଳନୀ କଳିଗାଁ ପଞ୍ଚାୟତର ଶାଳକଣିଆଁ ଠାରେ ଅନୁଷ୍ଠିତ ହୋଇଯାଇଛି । ଶାଳକଣିଆଁର ମା ତାରିଣୀଙ୍କ ପୀଠରେ ଏକ ବର୍ଣ୍ଣାଢ଼୍ୟ ପରିବେଷରେ ଅନୁଷ୍ଠିତ ଏହି ସମ୍ମଳନୀରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ କଳାକାର ମାନେ ଯୋଗଦେଇଥିଲେ । ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀକୁ ଗୋବିନ୍ଦ ଚନ୍ଦ୍ର ପୃଷ୍ଟି ଉଦଘୋଟନ କରିଥିବାବେଳେ ପ୍ରଥମ ଦିବସରେ କଳିଗାଁ ଗ୍ରାମ ପଞ୍ଚାୟତର ଯୁବନେତା ପିତବାସ ଜେନାଙ୍କ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଡ.ଶମ୍ବୁନାଥ ରାଉତ ଯୋଗଦେଇ ପ୍ରତ୍ୟେକ କଳାକାର ଜଣେ ଜଣେ ପଳାଶ ଫୁଲ ସଦୃଶ । ପଳାଶ ଫୁଲର ବାସ୍ନା ନଥିଲେ ମଧ୍ୟ ପଳାଶ ନିଜକୁ ସମାଜପାଇଁ ସମର୍ପିତ କରିଥାଏ । ପଳାଶର ପତ୍ର, ପଳାଶର କାଠ ଓ ପଳାଶ ଔଷଧିୟ ଗୁଣ ଯେପରି ମାନବ ସମାଜ ପାଇଁ ଅପରିହାର୍ଯ୍ୟ ଠିକ ସେହିପରି ସମାଜର ସବୁ ବର୍ଗର କଳାକାର ମାନେ ସମାଜକୁ ପରିବର୍ତ୍ତନ କରିବାରେ ଥିବା ଅବାଦନ ସର୍ବଜନାଦୃତ ବୋଲି ସେ ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ବିନୋଦ ବିହାରୀ ବେହେରା, ବିଶିଷ୍ଟ ପ୍ରବଚକ ହୃଷିକେଶ ରାଉତ ଯୋଗଦେଇ କଳାର ମାନବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଗାୟକ ତ୍ରୀଲୋଚନ ପଣ୍ଡା, ନାରାୟଣ ଚନ୍ଦ୍ର ଜେନା, ବିପିନି ବିହାରୀ ନାୟକ, ମହେଶ୍ୱର ବାରିକ ପ୍ରମୁଖ ପାଲା ପରିବେଷଣ କରିଥିଲେ । ସଭାପତି ଅନାଦି ଚରଣ କବି, ସ୍ଥାୟୀ ସଭାପତି ଗୋପୀନାଥ ଦ୍ୱିବେଦୀ, ସମ୍ପାଦକ ରୋହିତ କୁମାର ପୃଷ୍ଟିଙ୍କ ସମେତ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରୁଥିବାବେଳେ ଶାଳକଣିଆଁ ଗ୍ରାମବାସୀମାନେ ସହଯୋଗ କରୁଛନ୍ତି ।