ନାରାୟଣପୁର ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଗଠନ କରିବାକୁ ନିଷ୍ପତ୍ତି

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନ ନାରାୟଣପୁର ପଞ୍ଚାୟତରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ପ୍ରତିରୋଧ କମିଟିର ଆହ୍ଵାନ କ୍ରମେ ମୁକ୍ତ ପଞ୍ଚାୟତ ଗଠନ କରିବାକୁ ନେଇ ସୋମବାର ପଞ୍ଚାୟତ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି l ନବନିର୍ବାଚିତ ସରପଞ୍ଚ ବିଶ୍ଵନାଥ ଶବରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ସମନ୍ଵିତ ଶିଶୁ ବିକାଶ ଅଧିକାରିଣୀ ସୁଶ୍ରୀ ତେରେସ୍କୋଭା ମଲ୍ଲିକ ଯୋଗଦେଇ ଶିଶୁ ଶ୍ରମିକ, ଶିଶୁ ନିର୍ଯ୍ୟାତନା, ଗୃହ ହିଂସା, ଶିଶୁ ଅଧିକାର, କିଶୋର କିଶୋରୀ ଙ୍କ ପାଇଁ ଉଚ୍ଚଶିକ୍ଷା, ଶିଶୁଙ୍କର ବିଭିନ୍ନ ଯୋଜନା ଶିଶୁ ସୁରକ୍ଷା ଆଇନ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ l ଏହା ସହ ନାରାୟଣପୁର ପଞ୍ଚାୟତ କୁ ଏକ ଆଦର୍ଶ ଓ ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଭାବେ ଗଠନ କରିବାକୁ ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି l ଉକ୍ତ ବୈଠକରେ ଆକ୍ସସନଆଡ୍ ର ବ୍ଲକ ସଂଯୋଜକ ବିଜୟ ପ୍ରଧାନ, ପ୍ରଧାନ ଶିକ୍ଷକ ପି. ମେନେକା ରାଓଙ୍କ ସମେତ ପଞ୍ଚାୟତ ପ୍ରତିନିଧି, ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ, ଛାତ୍ରଛାତ୍ରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ