ଦୁଇ ଦିନିଆ ଧର୍ମଘଟ ଶେଷ  : ଗଜପତିରେ ଆଂଶିକ ପ୍ରଭାବ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଶ୍ରମ କୋର୍ଡ ଓ ଅତ୍ୟାବଶ୍ୟକୀୟ ପ୍ରତିରକ୍ଷା ସେବା ଆଇନ ବାତିଲ, କୃଷି ଆଇନ ବାତିଲ ପରବର୍ତ୍ତୀ ସଂଯୁକ୍ତ କିଷାନ ମୋର୍ଚ୍ଚାର ୬ ଦଫା ଦାବି ଗ୍ରହଣ, ଘରୋଇକରଣ ବନ୍ଦ କରିବା ସହ ଜାତୀୟ ସମ୍ପଦ ମୁଦ୍ରାକରଣ ଯୋଜନା ବାତିଲ କରିବା, ମାସକୁ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା ପ୍ରଦାନ କରାଯିବା, ଆୟକର ପ୍ରଦାନ ବାହାରେ ଥିବା ପରିବାରଙ୍କୁ ମାସିକ ୭୫୦୦ ଟଙ୍କା ସହ ଖାଦ୍ୟ ସହାୟତା ପ୍ରଦାନ କରିବା, ମନରେଗା କାର୍ଯ୍ୟ ଦିବସ ବୃଦ୍ଧି ସହ ସହରାଞ୍ଚଳକୁ ନିଶ୍ଚିତ ରୋଜଗାର ଯୋଜନା ବିସ୍ତାରିତ କରିବା, ସମସ୍ତ ଅଣ ଅନୁଷ୍ଠାନିକ କ୍ଷେତ୍ରକୁ ସାର୍ବଜନୀନ ସାମାଜିକ ସୁରକ୍ଷା ପ୍ରଦାନ କରିବା, ଅଙ୍ଗନବାଡ଼ି, ଆଶା, ପାଚିକା ଭଳି ସ୍କିମ ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀ, ଶ୍ରମିକର ମାନ୍ୟତା ସହ ସାମାଜିକ ସୁରକ୍ଷା ପ୍ରଦାନ କରାଯିବା, କୋଭିଡ ମହାମାରୀ ସମୟରେ ଆଗ ଧାଡ଼ିର ଶ୍ରମିକ ମାନଙ୍କୁ ସୁରକ୍ଷା ଓ ସୁବିଧା ସହ ବୀମା ବ୍ୟବସ୍ତା କରିବା, ଜାତୀୟ ଅର୍ଥ ବ୍ୟବସ୍ଥାକୁ ପୁନର୍ଜୀବିତ ଓ ପୁନଃରୁଦ୍ଧାର କରିବା ପାଇଁ ଧନିକ ବର୍ଗ ଉପରେ ସମ୍ପାଦ କରିବା ଆଦି ଗୁରୁତ୍ୱପୂର୍ଣ ସାର୍ବଜନୀନ ସେବା କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି, ପେଟ୍ରୋଲିୟମ ଉତ୍ପାଦ ସାମଗ୍ରୀ ଉପରୁ ବିପୁଳ ପରିମାଣର କେନ୍ଦ୍ରୀୟ ଅବକାରୀ ଟିକସ ହ୍ରାସ ଏବଂ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦିଷ୍ଟ ପଦକ୍ଷେପ ଗ୍ରହଣ କରିବା, ଠିକା, ସ୍କିମ ଶ୍ରମିକ ମାନଙ୍କୁ ସ୍ଥାୟୀ କରିବା ଏବଂ ସମସ୍ତଙ୍କ ପାଇଁ ସମାନ କାମକୁ ସମାନ ମଜୁରୀ ନୀତି ଲାଗୁ କରିବା, ଜାତୀୟ ପେନସନ ଯୋଜନା ବାତିଲ କରି ପୁରୁଣା ପେନସନ ଯୋଜନା ଲାଗୁ, କର୍ମଚାରୀ ପେନସନ ଯୋଜନା ଅଧିନସ୍ଥ ସର୍ବନିମ୍ନ ପେନସନ ରେ ଆଖି ଦୃଶିଆ ବୃଦ୍ଧି କରିବା ଭଳି ବିଭିନ୍ନ ଦାବି ନେଇ  କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ପକ୍ଷରୁ ଦୁଇଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି l ଏହି ପରିପ୍ରେକ୍ଷୀ ରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଏହି ଧର୍ମଘଟ ରେ ସାମିଲ ହୋଇଛନ୍ତି l ବହୁ ମାତ୍ର ରେ ଏ.ଆଇ.ଟି.ୟୁ.ସି ର ନେତାଓ କର୍ମୀ ଏବଂ  ଏଆଇଟିୟୁସି ଅନୁବନ୍ଧିତ ଅଙ୍ଗନବାଡ଼ି କର୍ମୀ ସଙ୍ଘର ମହିଳା ନେତ୍ରୀ ମାନେ ଜୋରଦାର ପିକେଟିଂ କରିବା ସହ ଏହି ଧର୍ମଘଟ କୁ ସଫଳ କରିବା ନିମନ୍ତେ ଜନସାଧାରଣଙ୍କୁ ନିବେଦନ କରିଥିଲେ l ଏହାର ପ୍ରଭାବରେ ଜିଲ୍ଲାରେ ସମସ୍ତ ବସ୍ ତଥା ଯାତ୍ରୀବାହୀ ଓ ମାଲବାହୀ ଗାଡି ଚଳାଚଳ ଆଂଶିକ ଭାବେ ବନ୍ଦ ରହିଥିବାବେଳେ ରେଳ ଚଳାଚଳ କରୁଥିବାର ଦେଖିବାକୁ ମିଳିଥିଲା । ହେଲେ ସମସ୍ତ ବ୍ୟାଙ୍କ ସେବା ମଧ୍ୟ ବନ୍ଦ ରହିଥିଲା । ଦୋକାନ ବଜାର ସମେତ ପେଟ୍ରୋଲ ପମ୍ପ, ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଆଦି ଖୋଲା ରହିଥିଲା । ଏହି କାର୍ଯ୍ୟକ୍ରମରେ ଅସଙ୍ଗଠିତ ଶ୍ରମିକ ସଂଘର ସମ୍ପାଦକ କେଦାର ଶବରଙ୍କ ନେତୃତ୍ୱରେ ଆଇ ଏଫ୍ ଟି ୟୁର ଗଜପତି ଜିଲ୍ଲା ସମ୍ପାଦକ କାରୁଗା ଶବର,  ଏଡିଏଏସର ରାଜ୍ୟ ସଭାପତି ଦଣ୍ଡପାଣି ରଇତ,  ସିଆଇଟିୟୁସିର ରାଜ୍ୟ କମିଟି ସଭ୍ୟ  ସୁବାଷ ଚନ୍ଦ୍ର ଜେନା ,  ମୋଟର କର୍ମଚାରୀ ସଂଘ ସମ୍ପାଦକ ନରସିଂହ ମାଳ ବିଷୋୟୀ, ଏଆଇସିସିଟିୟୁର ଡି.ଶମେଶ୍ବରରାଓ , ଏଡିଭିଜିଏନ୍ଏସ୍ ର ଅନିକିୟ ଭୂୟାଁ , ଆଇନ ଜୀବି ଗୈାରି ଶଙ୍କର ମହାନ୍ତି, ରଞ୍ଜନ ମହାପାତ୍ର, ଗଙ୍ଗାବାଡ ପଞ୍ଚାୟତର ସରପଞ୍ଚ ହରିବନ୍ଧୁ କାର୍ଯୀ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାର ମାରଣ ନୀତୀ ଉପରେ ବିଭିନ୍ନ ସ୍ଲୋଗାନମାନ ଦେଇ ଥିଲେ । ଏହା ସହିତ ଗଜପତି ଜିଲ୍ଲାର ଶ୍ରମିକ, କୃଷକ, ବିଭିନ୍ନ ୱର୍କରସ୍ ଶତାଧିକ ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ