ଘରଘର ବୁଲି ସମସ୍ୟା ବୁଝୁଛନ୍ତି ସରପଞ୍ଚ
ହାଟଡିହି, (ବିକାଶ ବିଶ୍ୱାଳ) :ସରପଞ୍ଚ ଭାବେ ନିର୍ବାଚିତ ହେବାପରେ ଲୋକଙ୍କୁ ଦେଇଥିବା ପ୍ରତିଶୃତିକୁ ରକ୍ଷା କରିବାଲାଗି ଜଣେ ସରପଞ୍ଚ ଘରକୁ ଘର ବୁଲି ଲୋକଙ୍କ ସମସ୍ୟା ବୁଝୁଥିବା ଦେଖିବାକୁ ମିଳିଛି । ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ସତ୍ୟଭାମା ଜେନା ଓ ତାଙ୍କ ସ୍ୱାମୀ ସୁରେନ୍ଦ୍ର କୁମାର ଜେନା ଡଙ୍କୁରୀ, ଏଲକଣା ଆଦି ଗ୍ରାମରେ ଏଭଳି ପଦକ୍ଷେପ ମାନ ନେଇଥିବା ଦେଖିବାକୁ ମିଳିଛି । ଗ୍ରାମରେ ବୈଠକ କରି ଗାଁର ସମସ୍ୟକେୁ ଲିପିବଦ୍ଧ କରିବା ସହିତ ଘରକୁ ଘର ବୁଲି ଲୋକଙ୍କ ସମସ୍ୟା ବୁଝୁଥିବା ଦେଖିବାକୁ ମିଳିଛି । ସେ ଲୋକଙ୍କ ପାଖରେ ପହଞ୍ଚି ରାସ୍ତା, ଘର, ଭତ୍ତା ଭଳି ସରକାରୀ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ସମସ୍ୟା ଗୁଡିକୁ ତାଲିକା କରୁଛନ୍ତି । ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ସରକାରୀ ସ୍ତରରେ ପ୍ରାଥମିକତା ଦେବାକୁ ସେ ଲକ୍ଷ ରଖିଥିବା କହିଛନ୍ତି ।