କେନ୍ଦ୍ରାପଡାରେ ସାହିତ୍ୟ ଖଟି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ସାହିତ୍ୟ ଚର୍ଚ୍ଚା ସାଧାରଣତଃ ବନ୍ଦ କୋଠରୀରେ, ସଭା ସମିତି, ଆଲୋଚନାଚକ୍ର, କବିତା ଆସର, ସାହିତ୍ୟ ସମାରୋହ ମାଧ୍ୟମରେ କରାଯିବାର ସମସ୍ତେ ଜାଣନ୍ତି । ମାତ୍ର କେନ୍ଦ୍ରାପଡା ସହରର ମୁଖ୍ୟଛକ ତିନିମୁହାଣୀ ଠାରେ ସାହିତ୍ୟକୁ ଲୋକାଭିମୁଖୀ କରିବାକୁ ଏକ ଅନୁଖା ପ୍ରୟାସ ଆରମ୍ଭ ହୋଇଛି । ଯାର ନାମ “କେନ୍ଦ୍ରାପଡା ସାହିତ୍ୟ ଖଟି” । ମୁକ୍ତ ଆକାଶ ତଳେ ରାଜରାସ୍ତା କଡରେ ଚା’ର ମଜା ନେବା ସହିତ ଏଠାରେ ସଞ୍ଜହେଲେ ଆରମ୍ଭ ହୁଏ ସାହିତ୍ୟ ଚର୍ଚ୍ଚା । ଅନେକ ସାହିତ୍ୟି ପ୍ରେମୀ ଏଥିରେ ଅଂଶଗ୍ରହଣ କରି ଗଠନ ମୂଳକ ଆଲୋଚନା କରନ୍ତି । ଏହି ସାହିତ୍ୟ ଖଟିରେ ଶିକ୍ଷାବିତମାନଙ୍କ ଠାରୁ ଆରମ୍ଭ କରି କବି, ଗାଳ୍ପିକ, ପ୍ରାବନ୍ଧିକ, ନାଟ୍ୟକାର, ସାହିତ୍ୟ ସଂଗଠକ, ସମ୍ପାଦକ ଏପରିକି ସାଧାରଣ ନାଗରିକମାନେ ଅଂଶଗ୍ରହଣ କରୁଛନ୍ତି । କ୍ରମେ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି । ଶିକ୍ଷାବିତ ପ୍ରଫେସର ନନ୍ଦ କିଶୋର ପରିଡା, କବି ଡଃ. ଶ୍ରୀଧର ସାମଲ, ମୈାସୁକୀର ସମ୍ପାଦକ କବି ପ୍ରେମାନନ୍ଦ ଖଣ୍ଡୁଆଳ, କବି ବୃନ୍ଦାବନ ଦାସ, ରାଜଶ୍ରୀ ସମ୍ପାଦକ ହେମନ୍ତ କୁମାର ଜେନା, ପରିବେଶବୀତ କାଶିନାଥ ରାଉତରାୟ, ପଲ୍ଲକ ସମ୍ପାଦକ ଶଶିକାନ୍ତ ଦାସ, ପ୍ରକାଶକ ରମେଶ ଚନ୍ଦ୍ର ପତି, କବି ରଞ୍ଜନ ବାଇ, ଅଜୟ ପାତ୍ର, କବି ପଣ୍ଡିତ ପ୍ରମୋଦ ତ୍ରିପାଠୀ, ଗାଳ୍ପିକ ପ୍ରଦୀପ ନାୟକ ପ୍ରମୁଖ ସାହିତ୍ୟ ପ୍ରେମୀ ବନ୍ଧୁମାନେ ଏହି ଚର୍ଚ୍ଚାରେ ଯୋଗଦାନ କରି ସେମାନଙ୍କର ମତାମତ ପୋଷଣ କରୁଛନ୍ତି । ସ୍ୱଳ୍ପ ସମୟ ଓ ଅର୍ଥ ଅପଚୟ ବିନା ଏପରି ଏକ ଅନୁଖା ପ୍ରୟାସ ସାହିତ୍ୟର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ