ତିଡ଼ାସିଂ ଗ୍ରାମରେ ପଡ଼ା ପୁଷ୍ଟିକର କେନ୍ଦ୍ରର ଉଦଘାଟନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଧିନସ୍ଥ ଭୁବନି ପାଞ୍ଚାୟତ ତିଡ଼ାସିଂ ଗ୍ରାମରେ ପଡ଼ା ପୁଷ୍ଟିକର କେନ୍ଦ୍ର ଉଦଘାଟନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନୋବନିର୍ବାଚିତ ଭୁବନି ସରପଞ୍ଚ ପ୍ରଦୀପ ମଣ୍ଡଳ ଯୋଗ ଦେଇ ଉଦଘାଟନ କରିଥିଲେ । ସୂଚନା ଅନୁସାରେ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ଦ୍ଵାରା ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଲାଞ୍ଜିଆ ସଉର ଉନ୍ନୟନ ସଂସ୍ଥା ଦୀର୍ଘ ବର୍ଷ ଧରି ୩ଟି ପାଞ୍ଚାୟତ ଭୁବନି,ଅଜୟଗଡ଼ ଓ କୁଜାସିଂର ୪୩୨ ରାଜସ୍ୱ ଗ୍ରାମର ବିକାଶ ଲାଗି ଅନେକ କାର୍ଯ୍ୟ କରିବା ସହ ପଡ଼ା ପୁଷ୍ଟିକର କେନ୍ଦ୍ର ଅନ୍ୟତମ । ଏହି ପଡ଼ା ପୁଷ୍ଟିକର କେନ୍ଦ୍ର ଅନୁଷ୍ଠିତ କରିବାର ମୁଳ ଉଦ୍ଦେଶ୍ୟ ହେଉଛି ଯେଉଁ ଅଙ୍ଗନବାଡି କେନ୍ଦ୍ରକୁ ତଳସାହିର ପିଲାମାନଙ୍କୁ ବହୁ ଦୂରତା ରହିଥିଲା । ଯାହା ଫଳରେ ପିଲାଙ୍କ ଅଙ୍ଗନବାଡ଼ି ଯିବା ଆସିବାରେ ଅସୁବିଧା ହେଉଥିବା ବେଳେ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ପଡ଼ା ପୁଷ୍ଟି କେନ୍ଦ୍ରର ବ୍ୟବସ୍ଥା କରିଛନ୍ତି । ଫଳରେ ପିଲାଙ୍କୁ ଏହି କେନ୍ଦ୍ରରେ ଅନୁରୂପ ଭାବେ ଅଙ୍ଗନବାଡିର ସୁବିଧା ସୁଯୋଗ ମିଳିବ ସହ ପୁଷ୍ଟିକର ବିକାଶ ହେବ ବୋଲି ଏସଓ ଜତି କୃଷ୍ଣ ବେହେରା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଏଲଏସଡ଼ିଏ ପୋଷଣ ପରିଚାଳକ ସେସଦେବ ମହାରଣା,ଜନ କଲ୍ୟାଣ ପ୍ରତିଷ୍ଠାନ ପୋଷଣ ପରିଚାଳକ ଆଲୋକ ରଞ୍ଜନ ମୋଲିକ, ଜୀବନ ସୁରକ୍ଷା ଅକ୍ଷୟ କୁମାର ମହାନ୍ତି ଓ ଜୀବନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ