ମହିଳା ସ୍ନାତ୍ତକ ମହାବିଦ୍ୟାଳୟରେ କନ୍ୟାଭ୍ରୃଣ ସୁରକ୍ଷା ମହିଳା ଆଇନଗତ ଅଧିକାର ସମ୍ପର୍କୀୟ ସଚେତନତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହିଳା ସ୍ନତ୍ତକ ମହା ବିଦ୍ୟାଳୟ ପରିସରରେ ଏନ୍ଏସ୍ଏସ୍ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ସହଯୋଗରେ ପରିଚାଳିତ ହେଉଥିବା ସଖୀ-ୱାନଷ୍ଟପ ସେଣ୍ଟର ତରଫରୁ କନ୍ୟାଭ୍ରୃଣ ସୁରକ୍ଷା ଏବଂ ମହିଳାଙ୍କ ଆଇନଗତ ଅଧିକାର ସମ୍ପର୍କ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁଙ୍କ ନିର୍ଦ୍ଦେଶରେ ହୋଇଥିବା ବେଳେ ଏନ୍ ଏସ୍ ଏସ୍ ଅଧିକାରିଣୀ ଡ.ଭାରତୀ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । “ସଖୀ-ୱାନଷ୍ଟପ” କେନ୍ଦ୍ରର ପ୍ରଶାସିକା ସମାଜ ସେବୀ ତଥା ଜଣାଶୁଣା ଓକିଲ ଭାଗ୍ୟଲକ୍ଷ୍ମୀ ନାୟକ ଯୋଗଦେଇ ମହିଳାମାନଙ୍କର ସୁରକ୍ଷା ଓ ଆିନ୍ଗତ ଅଧିକାର ସମ୍ପର୍କରେ ବୁଝାଇ ଥିଲେ । ୨୦୧୩ ମସିହା ପରଠାରୁ ପୋଲିସ୍ ଷ୍ଟେସନ ବ୍ୟତୀତ ଇ-ମେଲ୍ ମାଧ୍ୟମରେ ବି ଜଣେ ଏଫଆଇଆର୍ ଦର୍ଜ କରିପାରିବେ । ଏହାଛଡା ୧୮୧, ୧୦୯୮ ଆଦି ଟୋଲ୍ ଫ୍ରି ନମ୍ବର କିଭଳି ମହିଳା ଓ ଶିଶୁଙ୍କୁ ସୁରକ୍ଷା ଦେବା ଲାଗି କାର୍ଯ୍ୟରେ ବୁଝାଇ ଥିଲେ । ଏତଦ୍ ବ୍ୟତୀତ ସାଇବର୍ କ୍ରାମ୍ ଦ୍ୱାରା କିଭଳି ନବପିଢୀ ଯୁବତୀ ମାନେ ନିର୍ଯ୍ୟାତିତା ଓ ପିଢିତା ହେଉଛନ୍ତି ସେ ବିଷୟରେ ମଧ୍ୟ କହିଥିଲେ । ଡ.ଭାରତୀ ପାଣିଗ୍ରାହୀ ଉପସ୍ଥିତ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ଛାତ୍ରୀମାନେ ଶିକ୍ଷିତ ହେଲେ ହେଁ ଏଭଳି ଯୌନଶୋଷଣରୁ ନିଜକୁ ଓ ସମାଜକୁ ମୁକ୍ତ କରିପାରିବେ । ନିଜ ଗ୍ରାମ, ପାରିପାର୍ଶିକ ପରିସରରେ କୌମସି ଅନିୟମିତ ଯୌନଶେଷଣ କୁ ଣଦେଖା ନ କରି ସଖୀ-ୱାନଷ୍ଟପ କେନ୍ଦ୍ର ମାଧ୍ୟମରେ ଆଇନ୍ଗତ ପରାମର୍ଶ ନେବା ପାଇଁ କହିଥିଲେ । ଶେଷରେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ରଶ୍ମିତା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ରାଜେଶ କୁମାର ପାତ୍ର ଏବଂ ଏଲ୍. ଅଶୋକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


