ନୀରବଙ୍କ ଉପରେ ଅଙ୍କୁଶ ଲଣ୍ଡନ ଯିବ ସିବିଆଇ ଟିମ୍

ମୁମ୍ବାଇ, (ଏଜେନ୍ସି): ପିଏନ୍ବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ଓ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣ ଉପରେ ମାର୍ଚ୍ଚ ୨୯ରେ ଲଣ୍ଡନ ସ୍ଥିତ କୋର୍ଟରେ ଶୁଣାଣୀ ହେବ । ଏଥିରେ ସାମିଲ ହେବା ପାଇଁ ଭାରତରୁ ସିବିଆଇ ଓ ଇଡ଼ିର ଏକ ମିଳିତ ଟିମ୍ ବୁଧବାର ସନ୍ଧ୍ୟାରେ ଲଣ୍ଡନ ଯିବେ । ଏବେ ନୀରବ ମୋଦି ହିରାସତରେ ରହିଛନ୍ତି । ଚଳିତ ମାର୍ଚ୍ଚ ୨୯ରେ ନୀରବଙ୍କ ଓକିଲ ଦ୍ୱିତୀୟ ଥର ପାଇଁ ତାଙ୍କର ଜାମିନ୍ ଯାଚିକା ଦାଏର କରିବେ । ଲଣ୍ଡନ୍ ସ୍ଥିତ ଭେଷ୍ଟମିନ୍ଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ୨୯ମାର୍ଚ୍ଚରେ ଶୁଣାଣୀ କରାଯିବ । ଭାରତର ଯାଞ୍ଚ ଏଜେନ୍ସି ଇଡ଼ି ଟିମ୍ ଚାହୁଁଛି ଯେ ମନିଲଣ୍ଡ୍ରିଂ ମାମଲାରେ ନୀରବ ମୋଦିଙ୍କର ଭାରତ ପ୍ରତ୍ୟର୍ପଣ କରାଯାଉଛି । ପଳାତକ ବ୍ୟବସାୟୀ ନିରବ ମୋଦି ଓ ତାଙ୍କ କମ୍ପାନୀ ଉପରେ ପାଖାପାଖି ୨ଅରବ ଡଲାରର ମନିଲଣ୍ଡ୍ରିଂର ଅଭିଯୋଗ ରହିଛି । ଲଣ୍ଡନ ସ୍ଥିତ କୋର୍ଟରେ ଜଜ୍ ମୁଖ୍ୟ ମାଜିଷ୍ଟ୍ରେଟ୍ ଏମ୍ମା ଆବର୍ଟଙ୍କ ଅଦାଲତରେ ଶୁଣାଣୀ କରାଯିବ । ମୁଖ୍ୟ ମାଜିଷ୍ଟ୍ରେଟ୍ ଏମ୍ମା ଆବର୍ଟ ହିଁ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାରେ ନିଷ୍ପତ୍ତି ଶୁଣାଇଥିଲେ । ତେବେ ନୀରବଙ୍କ ଗିରଫ ପରେ ଜଜ୍ ମେରି ମାଲୋନ୍ ଜାମିନ ଦେବାବୁ ମନା କରିଦେଇଥିଲେ । ଏହି ମାମଲାରେ ନୀରବ ମୋଦି ବ୍ରିଟେନ୍ର ଜଇଭାଲା ଆଣ୍ଡ କମ୍ପାନୀ ନାମରେ ଲ’ ଫର୍ମ ଦ୍ୱାରା ଆଇନଗତ ସାହାଯ୍ୟ ନେଉଛନ୍ତି । ନୀରବଙ୍କୁ ଭାରତ ଆଣିବା ଏବେ ସହଜ ହେବ ନାହିଁ । କାହିଁକି ନା ଅନେକଗୁଡ଼ିଏ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ହେବ । ବ୍ରିଟେନ୍ର ଜଣେ ବରିଷ୍ଠ ଆଇନ୍ ବିଶେଷଜ୍ଞ କହିଛନ୍ତି ଯେ ନୀରବଙ୍କ ବିରୋଧରେ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହେବାରେ ସମ୍ଭବତଃ ଅନେକ ସମୟ ଲାଗିବ । ଭେଷ୍ଟମିନ୍ଷ୍ଟର କୋର୍ଟ ମାର୍ଚ୍ଚ ୧୩ରେ ନୀରବ ମୋଦିଙ୍କ ବିରୋଧରେ ଗିରଫ ୱାରେଣ୍ଟି ଜାରି କରିଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଭାରତ ସରକାରଙ୍କ ଏହାକୁ ବଡ଼ ବିଜୟ ବୋଲି ଦର୍ଶାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ