ରାଜନୈତିକ ଛକାପଞ୍ଝାରୁ ବିଦ୍ୟାଳୟରେ ବୁଲିଲା ଭୁଜାଲି

ହାଟଡିହି, (ବିକାଶ ବିଶ୍ୱାଳ) :ନନ୍ଦିପଦା ଥାନା ଅଧିନସ୍ଥ ବଳଭଦ୍ରପୁର ଗ୍ରାମରେ ରାଜନୈତିକ ଛକାପଞ୍ଝାରୁ ବିଦ୍ୟାଳୟରେ ଭୁଜାଲି ବୁଲିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଜୈନିକ ସରପଞ୍ଚ ପ୍ରାର୍ତବଙ୍କ ସମର୍ଥକ କୁହାଯାୁଥିବା ଏହି ଯୁବକ ଜଣକ ବଳଭଦ୍ରପୁର ସ୍କୁଲ ଘରକାମ କରୁଥିବା ଠିକାଦାରଙ୍କୁ ଚାନ୍ଦା ମାଗିବା ସହ କର୍ମଚାରୀ ମାନଙ୍କୁ ଭୂଜାଲି ଦେଖାଇ ଭୟଭିତ କରାଇ ଫେରାଇ ଦେବାସହ ଘର କାମର ସଟ୍ରିଂକୁ ଭାଙ୍ଗି ଦେଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଏପରିକି ଛାତ ପକାଇବାକୁ ଯାଇଥିବା ଶ୍ରମିକ ମାନଙ୍କୁ ମଧ୍ୟ ଭୁଜାଲି ଦେଖାଇ ଭୟଭିତ କରାଇ ଫେରାଇ ଦେଇଥିବା ଠିକାଦାର ରାମଚନ୍ଦ୍ର ସେଠୀ ଅଭିଯୋଗ କରିଛନ୍ତି । ପୁଲିସ ଏନେଇ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ