ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡି ନେତା ନିଲମ୍ବିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ ର ସାଧାରଣ ସମ୍ପାଦକ ପ୍ରଦୀପ ମୁନି ଙ୍କୁ ଦଳ ରୁ ବହିଷ୍କାର କରାଯାଇଛି, କାରଣ ପୌର ନିର୍ବାଚନ ରେ ନିଜ ସ୍ତ୍ରୀ ପାଇଁ ଚେୟାରମ୍ୟାନ ଟିକଟ ଲବି ରେ ଥିଲେ l ତାଙ୍କୁ ଦଳ ଟିକେଟ ନ ମିଳିବାରୁ ଦଳ ଭିତରେ ଥାଇ ଅନ୍ୟ ଦଳ କୁ ଭୋଟ ଦେବା ପାଇଁ ଏକ ଷଡଯନ୍ତ୍ର କରିଥିଲେ, ଯାହାକି ସବୁ ସତ ଘଟଣା ଟି ଲୋକ ଲୋଚନ କୁ ଆସିଲା ପରେ ଶ୍ରୀ ମୁନି ଙ୍କୁ ଆଜି ମହଙ୍ଗା ପଡିଯାଇଛି l ଏହା ପରେ କେଉଁ କେଉଁ ମାନେ ଦଳ ବିରୋଧୀ କାର୍ଯ୍ୟ ରେ ଲିପ୍ତ ଥିଲେ, ସେମାନଙ୍କୁ ମଧ୍ୟ ଦଳ ରୁ ବହିଷ୍କାର କରାଯିବା ନେଇ ରାଜ୍ୟ ଦଳୀୟ କାର୍ଯ୍ୟାଳୟ ରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି  l ଫୁଲବାଣୀ ପୌର ନିର୍ବାଚନ ରେ ଶଙ୍ଖ ଚିହ୍ନ  କୁ ହରାଇଥିବା ଆଉ କେଡ଼େ କେଡ଼େ ଦଳୀୟ ନେତା ମାନଙ୍କୁ ମଧ୍ୟ ଦଳରୁ ବହିଷ୍କାର କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ