ସ୍କାଉଟସ୍ ଏବଂ ଗାଇଡସ୍ ଦ୍ୱାରା ଅଶୋକାଷ୍ଟମୀ ଓ ରାମନବମୀ ସେବା ଶିବିର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :- ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଅଶୋକାଷ୍ଟମୀ ରଥାଯାତ୍ରା ତା୯.୪.୨୦୨୨ରିଖ ଦିନ ପାଳିତ ହୋଇଅଛି । ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ବିଭିନ୍ନ ମହାବିଦ୍ୟାଳୟରୁ ୫୦ଜଣ ରୋଭରଙ୍କୁ ନେଇ ଏକ ସେବା ଶିବିରର ଆୟୋଜନ କରାଯାଇଅଛି । ରୋଭରମାନେ ଭକ୍ତମାନଙ୍କୁ ଜଳଦାନ, ସେମାନଙ୍କ ଉପରେ ଜଳସିଞ୍ଚନ, ଆହତ ବ୍ୟକ୍ତିମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ ଓ ପ୍ରବଳ ଜନଗହଳି ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ଆଦି ବିଭିନ୍ନ ସେବାକାର୍ଯ୍ୟ କରିଛନ୍ତି । ତା ପରଦିନ ପବିତ୍ର ଶ୍ରୀରାମନବମୀ ଅବସରରେ ଉକ୍ତ ରୋଭରମାନେ ୩ନମ୍ବର ସ୍ଥିତ ରାମମନ୍ଦିର ପରିସରରେ ଉପସ୍ଥିତ ରହି ଉପରୋକ୍ତ ସେବାମୂଳକ କାର୍ଯ୍ୟ ମଧ୍ୟ କରାଯିବାର ସ୍ଥିରୀକୃତ ହୋଇଛି । ରାଜ୍ୟ ଯୁଗ୍ମ ସଂପାଦକ ଶ୍ରୀ ମିହିର ରଂଜନ ପଟ୍ଟନାୟକ, ଶ୍ରୀ ମୁକ୍ତିକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱ ଏବଂ ରାଜ୍ୟ କର୍ମଚାରୀମାନଙ୍କ ସହଯୋଗରେ ଉକ୍ତ ସେବା କାର୍ଯ୍ୟଟି ସଂପାଦିତ ହୋଇଅଛି I