୧୧ଠ ଟଙ୍କା କମିଲା ସୁନା

ନୂଆଦିଲ୍ଲୀ, (ଏଜେନ୍ସି): ବିଶ୍ୱସ୍ତରରେ ଉଭୟ ମୂଲ୍ୟବାନ୍ ଧାତୁରେ ହ୍ରାସ୍ ଜାରି ରହିଛି । ଯଦ୍ୱାରା ସ୍ଥାନୀୟ ଅଳଙ୍କାର ଗ୍ରାହକଙ୍କ ମନ୍ଥରତା ଯୋଗୁଁ ଏଥିରେ ହ୍ରାସ୍ ଘଟିଛି । ବୁଧବାର ଦିଲ୍ଲୀ ସର୍ଫା ବଜାରରେ ସୁନା ୧୦ଗ୍ରାମ୍ ପ୍ରତି ୧୧୦ ଟଙ୍କା ହ୍ରାସ୍ ପାଇ ୩୯,୧୨୦ ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ ଉଦ୍ୟୋଗିକ ୟୁନିଟ୍ ତଥା ମୁଦ୍ରା ନିର୍ମାଣକାରୀଙ୍କ ଚାହିଦା ବଢ଼ିବା ଯୋଗୁଁ ରୁପା କିଲୋପ୍ରତି ୨୦ଟଙ୍କା ବୃଦ୍ଧିରେ ୩୯,୧୨୦ ଟଙ୍କାରେ ରହିଛି । ଲଣ୍ଡନରୁ ମିଳିଥିବା ସୂଚନାନୁସାରେ ବିଶ୍ୱସ୍ତରୀୟ ବଜାରରେ ସୁନା ୧.୪୫ ଡଲାର ହ୍ରାସ୍ ପାଇ ଆଉନ୍ସ ପ୍ରତି ୧,୩୧୪.୭୫ ଡଲାରରେ ରହିଛି । ଏପ୍ରିଲ୍ରେ ଆମେରିକା ସୁନା ମଧ୍ୟ ଆଉନ୍ସ ପ୍ରତି ୦.୭୦ଡଲାର ହ୍ରାସ୍ରେ ୧,୩୧୪.୩୦ ଡଲାରରେ ରହିଛି । ସେହିପରି ରୁପା ୦.୦୫ ଡଲାର ହ୍ରାସ୍ ସହିତ ଆଉନ୍ସ ପ୍ରତି ୧୫.୩୬ ଡଲାରରେ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ