ଶ୍ରୀରାମ ନବମୀ ଅବସର ରେ ଛାତ୍ର ଛାତ୍ରୀ ଙ୍କ ଭବ୍ୟ ଏକ ଭବ୍ୟ ଶୋଭାଯାତ୍ରା ସହର ପରିକ୍ରମା

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :- ଆଜି ସାରା ଦେଶ ମର୍ଯ୍ୟାଦା ପୁରୁଷତ୍ତମ ପ୍ରଭୁ ଶ୍ରୀରାମ ଙ୍କ ଜୟନ୍ତୀ ଶ୍ରୀରାମ ନବମୀ ପାଳନ ପାଇଁ ଉତ୍ସବ ମୁଖର ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ର କରଞ୍ଜିଆ ରେ ମଧ୍ୟ ଶ୍ରୀରାମ ନବମୀ ମହା ଆଡମ୍ବର ରେ ପାଳିତ ହେଉଛି । ଆଜି ଭୋର ରୁ ବିଭିନ୍ନ ହନୁମାନ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସମେତ ଅନ୍ୟ ମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଥିଲା I ବିଗତ ଦୁଇବର୍ଷ କରନା କଟକଣା ଯୋଗୁ ଶ୍ରୀରାମ ନବମୀ ପାଳନ ହୋଇପାରିନଥିଲା। ଆଜି ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିର ଛାତ୍ର ଛାତ୍ରୀ ଙ୍କ ଏକ ଭବ୍ୟ ଶୋଭାଯାତ୍ରା ସକାଳୁ ସହର ପରିକ୍ରମା କରିଥିଲା ଏହା ସାରା ସହର ରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା ଏହି ଶୋଭାଯାତ୍ରା ରେ କୁନି କୁନି ଛାତ୍ର ଛାତ୍ରୀ ମାନେ ପ୍ରଭୁ ଶ୍ରୀରାମ, ପ୍ରଭୁ ହନୁମାନ,ଲକ୍ଷ୍ମଣ, ସୀତା ଙ୍କ ବେଶରେ ସହର ପରିକ୍ରମା କରିଥିଲେ ସଭାଯାତ୍ରା ଟି ସ୍ଥାନୀୟ ମିଳନ ପଡିଆ ଦୁର୍ଗାପୂଜା ପେଣ୍ଡାଲ ରୁ ଆରମ୍ଭ ହୋଇ ମିଳନପଡ଼ିଆ ସିନେମାହଲ ଛକ, ଦୋଳପଡ଼ିଆ ଦେଇ ସହର ପରିକ୍ରମା ପରେ ସମାପନ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଶିଶୁମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଗୋପାଲ ଅଗ୍ରୱାଲ ସମ୍ପାଦକ ପାର୍ଥସାରଥୀ ପାତ୍ର, ବାଞ୍ଛାନିଧି ପୃଷ୍ଟି ଶିଶୁମନ୍ଦିର ର ପ୍ରଧାନ ଗୁରୁଜୀ ଙ୍କ ସହିତ ସମସ୍ତ ଛାତ୍ର ଛାତ୍ରୀ ଓ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ। ସନ୍ଧ୍ୟା ସମୟରେ ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନ ତରଫରୁ ଶ୍ରୀରାମ ଝଣ୍ଡା ଶୋଭାଯାତ୍ରା ସହର ପରିକ୍ରମା ର କାର୍ଯ୍ୟକ୍ରମ ରହିଥିବା ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ