ଗୋଡ଼ରେ ବେଡି ପକାଇବା ଘଟଣା : ଥାନା ଅଧିକାରୀଙ୍କ ବହିଷ୍କାର ନେଇ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ପୋଲିସ ପକ୍ଷରୁ ଦିଆଯାଇଥିବା ନିର୍ଯ୍ୟାତନା ଓ ପେଶାଦାର ଅପରାଧି ଭଳି ଗୋଡରେ ବେଡି ପକାଇବା ଘଟଣାରେ ସଂପୃକ୍ତ ଥାନାଧିକାରୀ ଦୌପଦୀ ଦାସଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ବହିଷ୍କାର ଦାବିରେ କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଥାନାଧିକାରୀ ଙ୍କ ଜରିଆରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଖବରରୁ ପ୍ରକାଶ ଯେ ନୀଳଗିରି ଅଞ୍ଚଳର ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ଆକ୍ରେଶମୂଳକ ହଇରାଣ, ନିର୍ଯ୍ୟାତନା ସହ ଅମାନବୀୟ ଭାବେ ଗୋଡରେ ବେଡି ପକାଇବା ଘଟଣା ଦୁର୍ଭାଗ୍ୟ ଜନକ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ପୋଲିସର ଏତାଦୃଶ କାର୍ଯ୍ୟାକଳାପକୁ କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯିବା ସହ ଏଥିରେ ସଂପୃକ୍ତ ଥାନା ଅଧିକାରୀ ଦୌପଦୀ ଦାସଙ୍କୁ ବହିଷ୍କାର ପାଇଁ ପୋଲିସ ମହାନିର୍ଦ୍ଦେଶକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ କୋଣାର୍କ ସାମ୍ବାଦିକ ସଂଘର ସଭାପତି ଜ୍ୟୋତିରାଜ ମହାନ୍ତି, ଉପସଭାପତି ଭାଗିରଥି ସ୍ବାଇଁ, ସଂପାଦକ ମନୋରଞ୍ଜନ ପଣ୍ଡା, ମୁଖ୍ୟ ଉପଦେଷ୍ଟା ମାନସ ରଞ୍ଜନ ପାତ୍ର, କୋଷାଧ୍ୟକ୍ଷ ଅଜିତ କୁମାର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ନିରଂଜନ ବାରିକ, ସୁକାନ୍ତ କୁମାର ବିଶ୍ୱାଳ, ଗଣେଶ ଚନ୍ଦ୍ର ବେହେରା, ପ୍ରମୋଦ କୁମାର ଗୋଚ୍ଛାୟତ ଓ ପ୍ରଦୀପ କୁମାର ଛାଟୋଇ ପ୍ରମୁଖ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ