ଗଂଜେଇ ଚାଲାଣ ବେଳେ ଜବତ : କାର ସହ ୨ ଗିରଫ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ମାଶ୍ରୀପଡା ଛକ ନିକଟବର୍ତ୍ତୀ ବୋଡ଼କମ୍ବା ଗ୍ରାମରେ ଗୋଟିଏ ସୁଇପ୍ଟ ଡିଜେର କାର ଗାଡି ନଂ. ଓଡି ୦୨-ଏଏନ-୪୦୯୬ ରେ ବେଆଇନ ଗଂଜେଇ ଚୋରା ଚାଲାଣ ବେଳେ ଫିରିଙ୍ଗିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗଂଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲା l ଗାଡ଼ିରେ ୭୧ କେଜି ଗଂଜେଇ ଥିଲା ଏହି ଗଂଜେଇ ଅନ୍ୟ ଜିଲ୍ଲାକୁ ଚାଲାଣ ହେଉଥିଲା l ଜବତ ଗଂଜେଇର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ l ଗିରଫ ୨ ଜଣଙ୍କ ହେଲେ କଟକ ଜିଲ୍ଲା ସାଲେପୁର ଅଂଚଳର ଆଲୋକ ସାହୁ ଏବଂ ଏ ଏସ କେ ମୁଷ୍ଟକିନ l ଏହି ୨ ଜଣଙ୍କ ନାମରେ ଏକ ମାମଲା ନଂ. ୫୫/୨୨ ରୁଜୁ କରି କୋର୍ଟ ଚାଲାଣ କରିଥିବା ସହ ତଦନ୍ତ ଚଳାଇଥିବା ବିଷୟ ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର ରାଓ ପ୍ରକାଶ କରିଛନ୍ତି l
2 Attachments
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ