ଛତ୍ରପୁର ଏନଏସିର ୫ନଂ ଓ୍ବାର୍ଡର ମହିଳାଙ୍କ ଜନ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରାଉ

ଛତ୍ରପୁର, (ଦେବଦତ୍ତ ମହାରଣା) :-ପାଣି ପାଇଁ ଛତ୍ରପୁର ଏନଏସିର ୫ ନଂ ଓ୍ବାର୍ଡର ମହିଳାଙ୍କ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଘେରାଉ କରିଛନ୍ତି l ୱାର୍ଡ ଅନ୍ତର୍ଗତ ନାଗୁଲପେଟାସାହି ର ମଧ୍ୟ ଭାଗରେ ଦୀର୍ଘ ଦିନ ହେଲା ପିଇବା ପାଣି ର ସମସ୍ୟା ଉପୁଜିଥିବା ନେଇ ସାହି ବାସିନ୍ଦାଙ୍କ ପକ୍ଷରୁ ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଧିକାରୀ ମାନଙ୍କୁ ଅଵଗତ କରାଯାଇଥିଲେ ମଧ୍ୟ ସେମାନେ ଏହାକୁ କର୍ଣ୍ଣପାତ କରୁନାହାନ୍ତି କି ଏହାର କୋଣସି ସମାଧାନ କରାଯାଇ ନାହିଁ l ଯାହାଫଳରେ ଖରାର ଦିନ ର ଆରମ୍ଭ ରୁ ହିଁ ଉକ୍ତ ସାହିରେ ପିଇବା ପାଣି ର ସମସ୍ୟା ଦେଖିବାକୁ ମିଳିଥିଲା l ସାହିର ଅଧିକାଂଶ ପରିବାର ପିଇବା ପାଣିରୁ ବଂଜିତ ହେବା ପରେ ଆଜି ଶେଷ ସେମାନେ ବାଧ୍ୟ ହୋଇ ଆନ୍ଦୋଳନ କୁ ଓଲ୍ହାଇଛନ୍ତି l ଏଥିରେ ବହୁ ମହିଳା ଓ ପୁରୁଷ ମାନେ ଛତ୍ରପୁର ଏନଏସି ର ଉପାଧ୍ୟକ୍ଷ ଜି. ପାପା ରାଓ ଏବଂ ୫ନଂ ୱାର୍ଡ ର କାଉନସିଲର ଡ଼ି. ଇନ୍ଦୁ ଙ୍କ ନେତୃତ୍ୱ ରେ ଛତ୍ରପୁର ଉପଖଣ୍ଡ ଜନ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ କୁ ଘେରାଉ କରିବା ସହ ତୁରନ୍ତ ଏହି ସମସ୍ୟା ର ସମାଧାନ ନିମନ୍ତେ ସେମାନେ ଦାବୀ କରିଥିଲେ l ଏହା ସହିତ କାର୍ଯ୍ୟାଳୟ ପରିସର ରେ ଜନ ସ୍ୱାସ୍ଥ୍ୟ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତ ରହିଥିବାରୁ ବହୁ ସମୟ ଧରି ମହିଳା ମାନେ ଅପେକ୍ଷା କରିବା ପରେ ଶେଷରେ ବିରକ୍ତ ହୋଇ ହୋହାଲ୍ଲା କରିଥିଲେ l ଏହାର ସୂଚନା ପାଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଘଟଣା ସ୍ଥଳରେ ପହଁଚି ସାହି ବାସିନ୍ଦାଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ l ପରେ ଉକ୍ତ ଅଂଚଳ କୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପରିଦର୍ଶନ କରି ସମସ୍ୟା କିପରି ସମାଧାନ ହୋଇପାରିବ ସେଥିପାଇଁ କାର୍ଯ୍ୟ କରିବେ ବୋଲି ସେ ପ୍ରତିଶୃତି ଦେଇଥିଲେ l ସୂଚନା ଯୋଗ୍ୟ ଯେ ଖରା ଦିନ ହୋଇଗଲେ ଛତ୍ରପୁର ଏନଏସି ଅଂଚଳର କିଛି ସାହି ଗୁଡିକରେ ପାନୀୟ ଜଳର ସମସ୍ୟା ଉପୁଜିଥିବା ଦୀର୍ଘ ବର୍ଷ ଧରି ଦେଖିବାକୁ ମିଳୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୋଣସି ସ୍ଥାୟୀ ସମାଧାନ କରାଯାଉ ନାହଁ l ଯାହାଫଳ ରେ ଅଂଚଳବାସୀ ମାନେ ବାରମ୍ବାର ଏହି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏଣୁ ବିଭାଗ ପକ୍ଷରୁ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବା ନିମନ୍ତେ ଛତ୍ରପୁର ଏନଏସିର ଉପାଧ୍ୟକ୍ଷ ଶ୍ରୀ ରାଓ ଦାବୀ କରିଛନ୍ତି l ଏହା ସହିତ କାର୍ଯ୍ୟାଳୟ ପରିସର ରେ ଅଧିକାରୀ ମାନେ ସଠିକ ଭାବେ ରହୁ ନଥିବାରୁ ଜନସାଧାରଣ ସେମାନଙ୍କ ବିଭିନ୍ନ ସମସ୍ୟା ଗୁଡିକ ଜଣାଇବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏଣୁ ହେଡ଼କ୍ଵାଟର ରେ ନିହାତି କିଛି ଅଧିକାରୀ ଲୋକଙ୍କ ସମସ୍ୟା ବୁଝିବା ନିମନ୍ତେ ରହିବା ନିହାତି ଆବଶ୍ୟକ ବୋଲି ସେ କହିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ