ସାଇବର କ୍ରାଇମରେ ଶୀକାର ହୋଇଥିବା ଗ୍ରାହକ ମାନେ କେବଳ ଆଶ୍ୱସନା ପାଉଛନ୍ତି 

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାରେ ସାଇବର କ୍ରାଇମ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାର ଶିକାର ହୋଇ ଅର୍ଥ ହରାଇଥିବା ଲୋକେ ଅର୍ଥ ଫେରସ୍ତ ପାଉନଥିବାର ଅଭିଯୋଗ ହୋଇଛି  । ସାଇବର କ୍ରାଇମ ସଚେତନତା ପାଇଁ ବ୍ୟାପକ ଜନ ସଚେତନତା କରାଯାଉଛି । ଠକାମୀର ଶିକାର  ହେଲେ ସ୍ଥାନୀୟ ଥାନା କିମ୍ବା ସାଇବର ସୁରକ୍ଷା କାର୍ଯ୍ୟାଳୟ ଶାଖାକୁ ଯାଇ ଅଭିଯୋଗ କରିପାରିବେ ଏବଂ ନିଶ୍ଚିତ ଟଙ୍କା ଫେରିପାଇବେ ବୋଲି ସଚେତନତା ବାର୍ତ୍ତା ଦିଆଯାଉଛି । ହେଲେ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଏପରି ଠକାମୀର ଶିକାର ହୋଇଥିବା ବ୍ୟକ୍ତି ବିଶେଷ ମାନେ ନିଜ ନିଜ ଅର୍ଥ ଫେରି ପାଇ ନଥିବାର ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ, ହାଇଦ୍ରାବାଦ ସ୍ଥିତ ସାଇବର ସୁରକ୍ଷା କାର୍ଯ୍ୟାଳୟର ଜନ ସୁରକ୍ଷା ଏବଂ ଅପରାଧ ନିୟନ୍ତ୍ରଣ ପରିଷଦ ପକ୍ଷରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଏକ ଶାଖା କାର୍ଯ୍ୟାଳୟ ଖୋଲି ମାସ ମାସବ୍ୟାପୀ “ସାଇବର କ୍ରାଇମ” ସମ୍ପର୍କିତ ଜନସଚେତନତା କରୁଛି ଏବଂ ସାଇବର ଠକାମୀ ଜନିତ ମାମଲା ଅଭିଯୋଗ ଗୁଡିକୁ ଗ୍ରହଣ କରି ସମାଧାନ ପାଇଁ ଖୋଲାଯାଇଛି । ସେହିପରି ସରକାରୀ ସ୍ଥରରେ ଥାନା ଗୁଡିକ ମାମଲା ଗ୍ରହଣ କରୁଛନ୍ତି । ଠକାମୀର ଶିକାର ବ୍ୟକ୍ତିବିଶେଷ ଅଭିଯୋଗ କରୁଛନ୍ତି କିନ୍ତୁ ଫଳ ଶୂନ୍ୟ । ଠକାମୀର ଶିକାର ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ଉଭୟ ପକ୍ଷରୁ କେବଳ ସାନ୍ତନା ଦେଇ ଫେରାଇ ଦିଆଯାଉଛି ଯେ, ତଦନ୍ତ ଚାଲୁ ରହିଛି, ଅତି ଶୀଘ୍ର ମାମଲାର ସମାଧାନ ହୋଇଯିବ ପ୍ରଭୃତି କଥା କହି ଫେରାଇ ଦିଆଯାଉଥିବାର  କହିଛନ୍ତି ଠକାମୀର ଶୀକାର ହୋଇଥିବା ଲୋକେ । ଏହି ସାନ୍ତନା ପାଇ ଲୋକେ ବର୍ଷ ବର୍ଷ ଧରି ଅପେକ୍ଷା କଲେ ମଧ୍ୟ କୌଣସି ସୁଫଳ ପାଇପାରୁ ନାହାନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ