ଜିଲ୍ଲାସ୍ତରୀୟ ଜାତୀୟ ନିରାପାଦ ମାତୃତ୍ୱ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସା ପରିସରରେ ଥିବା ପ୍ରସୂତି-କାଳୀନ ଓ ଶିଶୁସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ନିରାପଦ ମାତୃତ୍ୱ ଦିବସ କାର୍ଯ୍ୟକ୍ରମ ପାଳନ ଅବସର’ରେ ଗର୍ଭବତୀ ମହିଳା ମାନଙ୍କ ନିମନ୍ତେ ସଚେତନତା ଓ ସ୍ୱାସ୍ଥ୍ୟଗତ ବିଭିନ୍ନ ଆବଶ୍ୟକଓ ଜରୁରୀ ପରୀକ୍ଷା ସବୁ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ଆୟୋଜିତ ସଚେତନତା କାର୍ଯ୍ୟକ୍ରମ’ରେ ଅଧ୍ୟକ୍ଷତା କରି ଦିବସ ପାଳନ’ର ତାତ୍ପର୍ଯ୍ୟ ସମ୍ପର୍କରେ କହି ଗର୍ଭାବସ୍ଥା’ରେ ରକ୍ତହୀନତା ଓ ଅନ୍ୟାନ୍ୟ ରୋଗର ଶିକାର ନ ହେବା ପାଇଁ କଣ ସବୁ କରିବାକୁ ହେବ , ଗର୍ଭ ଧାରଣା ସମୟରେ ସୁରକ୍ଷିତ ମାତୃତ୍ୱ ପାଇଁ କିଭଳି ସେମାନଙ୍କ ଯତ୍ନ ଓ ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ପଡିବ , ଭଲ ଓ ସୁସ୍ଥ ଶିଶୁ କିଭଳି ଜନ୍ମ ନେଇଥାଏ , ଗର୍ଭାବସ୍ଥା’ରେ କଣ ସବୁ ପରୀକ୍ଷା କରାଇ ନେଇ ଔଷଧ ଓ ଇଞ୍ଜେକ୍ସନ ନେବାକୁ ହୋଇଥାଏ , ଗର୍ଭସ୍ତ ଶିଶୁର ସଠିକ ଯତ୍ନ ଓ ସୁସ୍ଥତା ପାଇଁ କଣ ସବୁ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ ଏବଂ ଆନୁଷ୍ଠାନିକ ପ୍ରସବ ଉପକାରୀତା’ର ବିଭିନ୍ନ ଦିଗ ସମ୍ପର୍କରେ କହି ବୁଝାଇ ସଚେତନ କରାଇଥିଲେ l ଗର୍ଭବତୀ ମହିଳା ମାନେ ସେଠାରେ ବ୍ୟବସ୍ଥା ହୋଇଥିବା ବିଭିନ୍ନ ପ୍ରକାର ଆବଶ୍ୟକ ଓ ଜରୁରୀ ପରୀକ୍ଷା ସବୁ କରାଇଥିଲେ l ପରୀକ୍ଷା ଶେଷରେ ଗର୍ଭବତୀ ମହିଳା ମାନଙ୍କୁ ଆବଶ୍ୟଳ ଔଷଧ ସମେତ ପୁଷ୍ଟିକର ଫଳ ଓ ଖାଦ୍ୟ ବଣ୍ଟନ କରା ଯାଇଥିଲା l ଏହି କାର୍ଯ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ପରିବାର କଲ୍ୟାଣ ବିଭାଗ ଏଡିଏମଓ ଡାକ୍ତର ମହେନ୍ଦ୍ର କୁମାର ଭୂୟାଁ , ଜିଲ୍ଲା ଲେପ୍ରୋସି ଅଧିକାରୀ ଡାକ୍ତର ଇନ୍ଦିରା ମହାପାତ୍ର ଏବଂ ନେତ୍ରାନନ୍ଦ ଶତପଥୀ ପ୍ରମୁଖ ମଞ୍ଚାସିନ ରହି ନିରାପଦ ମାତୃତ୍ୱ’ର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ l