ଆତ୍ମା ସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ପିପୁଲସ କଲେଜର ଉଚ୍ଚ ମାଧ୍ୟମିକ ବିଭାଗରେ ଏପ୍ରିଲ ୫ ତାରିଖରୁ ଆରମ୍ଭ ହୋଇଥିବା ଅଷ୍ଟ ଦିବସିୟ + ୨ ଛାତ୍ରୀମାନଙ୍କ ଆତ୍ମା ସୁରକ୍ଷା ତାଲିମ ଶିବିର ଏପ୍ରିଲ ୧୩ ତାରିଖ ଦିନ ଉଦଯାପିତ ହୋଇଯାଇଛି । ଉଦଯାପିନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା କୌଶଳର ଆବଶ୍ୟକତା ବିଷୟରେ ବକ୍ତବ୍ୟ ପ୍ରଦାନ କରିବା ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ରଜନୀକାନ୍ତ ଦାଶ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ତାଲିମ କାର୍ଯ୍ୟକ୍ରମର ଗଞ୍ଜାମ ଜିଲ୍ଲା ସଂଯୋଜକ ଅମ୍ବିତ ସେଠୀ, ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ, ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ତାଲିମ ଶିବିରର ସଂଯୋଜିକା ଅଧ୍ୟାପକ ରଶ୍ମିତା କୁମାରୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆଠ ଦିନ ନିୟମିତ ଶାନ୍ତି ଶୃଙ୍ଖଳା ସହ ତାଲିମ ସମାପ୍ତ ହୋଇଥିଲା। ମାଷ୍ଟର ଟ୍ରେନର ସମିତା ଜେନା ଓ ପୂଜାରାଣୀ ସ୍ବାଇଁ ତାଲିମ ପ୍ରଦାନ କରିଥିବା ବେଳେ ଆତ୍ମ ସୁରକ୍ଷା କୌଶଳ ଛାତ୍ରୀମାନେ ପ୍ରଦର୍ଶନ କରିଥିଲେ। ଅତିଥି ବୃନ୍ଦ ଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଆତ୍ମ ସୁରକ୍ଷା କୌଶଳ କୁ ପ୍ରଶଂସା କରିଥିଲେ। ଏହି ତାଲିମ ଶିବିରରେ + ୨ ବିଜ୍ଞାନ ଓ କଳା ବିଭାଗର ୧୮୬ ଜଣ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ