୭୯୯୯ ଟଙ୍କାରେ ଅଲ୍-ନିୟୁ କିଣ୍ଡ୍ଲେ

ମୁମ୍ବାଇ, (ଏଜେନ୍ସି): ଗ୍ରାହକଙ୍କୁ ନୂଆ ତକ୍ରାଳ ଏବଂ ସହଜ ସୁରକ୍ଷିତ ପଢ଼ିବା ଅଭିଜ୍ଞତା ପ୍ରଦାନ ପାଇଁ ଆମାଜନ୍ ପକ୍ଷରୁ ଅଲ୍-ନିୟୁ କିଣ୍ଡଲେର ବଜାର ପ୍ରବେଶ କରାଯାଇଛି । ଏଥିରେ ରାତି ଓ ଦିନରେ ସହଜରେ ପଢ଼ିବା ପାଇଁ ଲାଇଟ୍ ଆଡଜଷ୍ଟ୍ ସୁବିଧା ଉପଲବ୍ଧ ହେଉଛି । ତେବେ ଏପ୍ରିଲ୍ ୯ ପୂର୍ବରୁ ବୁକ୍ କରିଥିବା ଗ୍ରାହକଙ୍କୁ ଇ-ବୁକ୍ ମାଗଣାରେ ଯୋଗାଇ ଦିଆଯିବ । ଏଥିସହିତ ଡିଭାଇସ୍ ସୁରକ୍ଷା ପାଇଁ ୧,୧୯୯ ମୂଲ୍ୟର ଟୋଟାଲ ପ୍ରୋଟେକସନ୍ ପ୍ଲାନ୍ ୨ ବର୍ଷ ପାଇଁ ମାଗଣାରେ ଗ୍ରାହକଙ୍କୁ ପ୍ରଦାନ କରାଯିବ । ଏହି ଆପ୍ ଗ୍ରାହକଙ୍କ ଫୋନ୍ ଓ ଟ୍ୟାବଲେଟ୍କୁ ପୁସ୍ତକରେ ପରିଣତ କରିପାରିବ । ଏହା ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ପାଇଁ ମାଗଣାରେ ଉପଲବ୍ଧ ହେଉଛି । ଏହା ସହଜରେ ୬ ଇଞ୍ଚ ଏବଂ ୧୬୭ ପିପିଆଇ ଡିସ୍ପ୍ଲେରେ ସହଜରେ ଉପଲବ୍ଧ ହେବ । ଏହା କିଣ୍ଡଲେ ପେପର ହ୍ୱାଇଟ୍ ଜେନ୍-୬ ୨୦୧୩ରେ ରିଲିଜ୍ ହୋଇଥିଲା । ଏହାର ଗୁଡରିଡ୍ରେ ୮୫ ନିୟୁତରୁ ଅଧିକ ସଦସ୍ୟ ଥିବାବେଳେ ଏଥିରେ ୮୬ ନିୟୁତରୁ ଅଧିକ ବୁକ୍ ରହିଛି । ସେହିପରି ଏକ୍ସ-ରେ ବର୍ଜରେ ରିଲିଭାଣ୍ଟ ଆଇଡିଆ, ଫିକସନାଲ୍ କ୍ୟାରେକ୍ଟର, ହିଟୋରିକାଲ୍ ଫିଗର, ବିଭିନ୍ନ ସ୍ଥାନ ସମ୍ପର୍କରେ ତଥ୍ୟ ଉପଲବ୍ଧ ହେବ । ସେହିପରି ସ୍ମାର୍ଟ ଲୁକ୍ ଆପ୍ରେ ୱିକିପେଡ଼ିଆ ଉପଲବ୍ଧ ହେବ । ଏଥିରେ ହାଇ ରିଜୋଲ୍ୟୁସନ୍ ୩୦୦ ପିପିଆଇ ଡିସ୍ପ୍ଲେ ଓ ୱାଟର ପ୍ରୁଫିଂ ଆଦି ସିୁବିଧା ରହିଛି । ଏହାର ଶିପିଂ ଏପ୍ରିଲ ୧୦ରୁ ଆରମ୍ଭ ହେବ । ଏହାର କଭର ମୂଲ୍ୟ ୧,୪୯୯ ଟଙ୍କା ରହିଛି । ଏହା ଚାରକୋଲ୍ ବ୍ଲାକ୍, ସ୍ୟାଣ୍ଡ ଷ୍ଟୋନ୍ ହ୍ୱାଇଟ୍, କୋବାଲ୍ଟ ବ୍ଲ୍ୟୁ ଓ ପଞ୍ଚ ରେଡ୍ ଆଦି ରଙ୍ଗରେ ଉପଲବ୍ଧ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ