ଖାଣ୍ଡବା ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଓ ଗ୍ରାମ୍ୟ ମୁଖୀ ପ୍ରଶାସନ ଅନୁଷ୍ଟିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଠାରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଏକ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ ଉଦ୍ଘାଟନ କରିଥିଲେ । କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାୟମ୍ମା ଜିଲ୍ଲାପରିଷଦ ସଭ୍ୟା ଜୋନ୍ ୧ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତିସଭ୍ୟ ଯୋଗ ଦେଇଥିଲେ । କାଶୀନଗର ବିଡ଼ିଓ ଲକ୍ଷ୍ମୀ ପ୍ରସାଦ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଟିତ ଏହି ସଭାରେ ତହସିଲଦାର ସିମାଞ୍ଚଳ ମହାନ୍ତି, କାଶୀନଗର ମେଡ଼ିକାଲ ଅଫିସର ଡ଼ାକ୍ତର ପାର୍ଥ ସାରଥି ବେହେରା, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ,ସିଡି ପିଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଯୋଗ ଦେଇଥିଲେ । ଏହି ଶିବିରରେ ମ୍ୟୁଟେଶନ, ପଟ୍ଟା ବଣ୍ଟନ ଓ ସାଧାରଣ ଅଭିଯୋଗ ଶୁଣିବା ଓ ତାହାର ସମାଧାନ କରିବା ପାଇଁ ପ୍ରଶାସନ ଆଜି ଗ୍ରାମ ଆଭିମୁଖ ହୋଇଛି ବୋଲି ବିଡ଼ିଓ ଶ୍ରୀ ସାହୁ କହିଛନ୍ତି । ଏଠାରେ ଭିନ୍ନକ୍ଷମଙ୍କୁ ବସ ପାସ, ଜବ୍ କାର୍ଡ ଇତ୍ୟାଦି ପ୍ରଦାନ କରାଯିବା ବ୍ୟବସ୍ଥା ହୋଇଥିବା ଜଣାପଡିଛି । ଏଭଳି ପ୍ରତି ଦୁଇ ତିନୋଟି ପଞ୍ଚାୟତକୁ ନେଇ ଶିବିର କଲେ ପ୍ରଶାସନ ଗ୍ରାମ୍ୟ ଆଭିମୁଖ୍ ହୋଇ ପାରିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି। ଏହି ଶିବିର ରେ ଅଖ ପାଖ ଅଞ୍ଚଳ ର ବହୁ ପୁରୁଷ ଓ ନାରୀ ଯୋଗ ଦେଇଥିଲେ।ଏଠାରେ ଏକ ସ୍ବାସ୍ଥ୍ୟ ମେଳା ମଧ୍ୟ ଅନୁଷ୍ଟିତ ହୋଇଥିଲା । ବହୁ ରୋଗୀ ମଧ୍ୟ ଚିକିତ୍ସା ସୁବିଧା ପାଇଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ କିଭଳି ବ୍ୟବହାର ଲୋକେ କରିବେ ସେ ନେଇ ମଧ୍ୟ ସଚେତନତା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ