ଡଃ. ଭୀମରାଓ ଆମ୍ବେଦକର’ଙ୍କ ୧୩୧’ ତମ ଜୟନ୍ତୀ ପାଳିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ର ବିଭିନ୍ନ ସ୍ଥାନରେ ସମ୍ବିଧାନ ପ୍ରଣେତା ଡଃ. ଭୀମରାଓ ଆମ୍ବେଦକର’ଙ୍କ ୧୩୧’ତମ ଜନ୍ମ ଜୟନ୍ତି ମହା ସମାରୋହରେ ପାଳିତ ହୋଇ ଯାଇଛି । ପଞ୍ଚାୟତ ସ୍ତରୀୟ ଭିତରାମଦା ସ୍ବୟଂ ସହାୟିକା ମହିଳା ମହାସଂଘ ପକ୍ଷରୁ ଭିତରାମଦା ଭିତରାମଦା ଗ୍ରାମପଞ୍ଚାୟତ ପରିସରରେ ବାବା ସାହେବ ଡଃ ଭିମରାଓ ଆମ୍ବେଦକର’ଙ୍କ ୧୩୧’ ତମ ଜନ୍ମ ଜୟନ୍ତି ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭିତରାମଦା ସରପଞ୍ଚ ଖାତ୍ରୀ କିସ୍କୁ, ମୁଖ୍ୟବକ୍ତା ଭାବେ ମୁଳନିବାସୀ ଏକତାମଞ୍ଚ ସଂଯୋଜକ ପିତାମ୍ବର ମୁର୍ମୁ, ଭିତରାମଦା ସମିତି ସଭ୍ୟ ସାଓନା କିସ୍କୁ, ସାମ୍ବାଦିକ ତଥା ପେସା ଗ୍ରାମସଭା ସଂଯୋଜକ ବସନ୍ତ ସାଣ୍ଡିଲ, ସାମ୍ବାଦିକ ଛୋଟରାୟ ମୁର୍ମୁ, ସିରିପ ମୁର୍ମୁ, ସାଉନା ହେମ୍ବମ ପ୍ରମୁଖ ଉପସ୍ଥିତ ରହି ବାବା ସାହେବ ଆମ୍ବେଦକର’ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ଅବଦାନ ଏବଂ ଜୀବନୀ ଉପରେ ଆଲୋକପାତ କରିଥିଲେ। ପଞ୍ଚାୟତ ସ୍ତତରୀୟ ସ୍ବୟଂ ସହାୟିକା ଗୋଷ୍ଠି ମହାସଂଘ ସଭାନେତ୍ରୀ କନିକା ବେହେରା, ନଥିପତ୍ର ପରିଚାଳିକା ଲକ୍ଷ୍ମୀଲତା ମଣ୍ଡଳ, ସାମାଜିକ ଅନୁସନ୍ଧାନକାରୀ ଏବଂ ସଂଗ୍ରହ କର୍ତ୍ତା (ସିଆରପିସିଏମ) ର ଛିତାମଣୀ ହେମ୍ବ୍ରମ, ପାନ ସୋରେନ୍, ମୀନତୀ ପାତ୍ର, କାର୍ଯ୍ୟକାରିଣୀ ସମିତି ର ସୁମତି ଟୁଡୁ,ପଦ୍ମାବତୀ ମୁର୍ମୁ, ଦୁର୍ଗୀ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ। ସେହିପରି ଗିଦିଘାଟୀ ଗ୍ରାମପଞ୍ଚାତ ପାଟ୍ରାମହୁଲପାଣି ସ୍ଥିତ ବାବା ତିଲକା ପାଠାଗାର ପରିସରରେ ପାଠାଗାର ପ୍ରତିଷ୍ଠାତା ତଥା ସାମ୍ବାଦିକ ରାମଦାସ ମୁର୍ମୁ ପେସା ଗ୍ରାମସଭା ସଦସ୍ୟ’ଙ୍କୁ ନେଇ ଡଃ ଭିମରାଓ ଆମ୍ବେଦକର ଜୟନ୍ତୀ ପାଳନ କରିଥିଲେ। ସେହିପରି ପେସାଗ୍ରାସଭା ସମିତି ଏବଂ ମୁଳନିବାସୀ ଏକତାମଞ୍ଚ ର ମିଳିତ ସହଯୋଗରେ ଗିଦିଘାଟୀ (ହେଁସଡା) ଠାରେ ଗ୍ରାମବାସୀ’ଙ୍କୁ ନେଇ ଭାରତ ରତ୍ନ ଡଃ ଆମ୍ବେଦକର’ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି ।


