୫ବର୍ଷର ଶିଶୁକନ୍ୟାକୁ ବଳାତ୍କାର : ଅଭିଯୁକ୍ତ ଗିରଫ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଇଞ୍ଚୋଳ ଗ୍ରାମରେ ଘଟି ଯାଇଛି ଜଘନ୍ୟ କାଣ୍ଡ । ଜଣେ ୫ବର୍ଷର ଶିଶୁ କନ୍ୟାକୁ ଜଣେ ବ୍ୟକ୍ତି ବଳାତ୍କାର କରି ଗିରଫ ହୋଇଛି । ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଗାଁର ଜଣେ ୫୨ବର୍ଷୀୟ ବ୍ୟକ୍ତି ସେହି ଗ୍ରାମର ଜଣେ ୫ବର୍ଷର ଶିଶୁ କନ୍ୟାକୁ ଟେକିନେଇ ବଳାତ୍କାର କରିଛି । ଅଭିଯୋଗ ପାଇବାପରେ ନନ୍ଦିପଦା ପୁଲିସ କେସନଂ-୭୫- ତା ୧୩/୪/୨୦୨୨ ଓ ସ୍ୱତନ୍ତ୍ର କେସ ନଂ ୪୪/୨୦୨୨ରେ ମାମଲା ରୁଜୁକରି ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିବା ପରେ ତାର ଡାକ୍ତରୀ ପରୀକ୍ଷା କରାଇ କୋର୍ଟ ଚାଲାଣ କରିଛି । ଏହି ବ୍ୟକ୍ତି ଜଣକ ପୁର୍ବରୁ ଏହିପରି ଏକ ମାମଲାରେ ଗିରଫ ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ