ଡି.ଏ.ଭି ପବ୍ଲିକ ସ୍କୁଲ କଳିଙ୍ଗନଗରରେ ଓଡିଆ ନବବର୍ଷ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡିଆ ସଂସ୍କୃତି, ପରମ୍ପରାକୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉଦ୍ରେକ କରିବା ପରିପ୍ରେକ୍ଷୀରେ ଡି.ଏ.ଭି କଳିଙ୍ଗ ନଗରରେ ଓଡିଆ ନବବର୍ଷ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବୃନ୍ଦାବତୀ ପୁଜା, ପଣାଭୋଗ, ବୃନ୍ଦଗାନ, ନୃତ୍ୟ, ସଂଗୀତତଥା ବକ୍ତୃତା ମାଧ୍ୟମରେ ଦିବସର ତାପ୍ତର୍ଯ୍ୟ ଓ ମହତ୍ୱ ଉପରେ ଆଲୋକପାତ କରାଯାଇଥିଲା । ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ, ଶ୍ରୀମତୀ ମୀନାକ୍ଷୀ ସାହୁ ଅତିଥି ରୂପେ ଯୋଗଦେଇଥିବା ବେଳେ ବିଦ୍ୟାଳୟର ପର୍ଯ୍ୟବେକ୍ଷକ ଓ ପର୍ଯ୍ୟବେକ୍ଷିକା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ