ଧର୍ମପରାୟଣ ମହିଳାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବଡବ୍ରାହ୍ମଣ ସାହିର ଧର୍ମପରାୟଣ ମହିଳା ସ୍ୱର୍ଗତା ରାଧା ରାଣୀ ପାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକି ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ସ୍ୱର୍ଗତା ରାଧାରାଣୀ ଜଣେ ଧର୍ମପରାୟଣ ମହିଳା ଭାବେ ପରିଚିତ ଥିବା ବେଳେ ସହରର ବିଭିନ୍ନ ମଠ ମନ୍ଦିର ସହ ଜଡିତ ରହି ବିଭିନ୍ନ କାର୍ଯ୍ୟ ସମ୍ପାଦନା କରିଥିଲେ । ଏହା ସହ ଭାଗବତ ପାରାୟଣ, ରାମଚରିତ ମାନସ ଭଳି କାର୍ଯ୍ୟକ୍ରମ ଗୁଡିକରେ ସହଯୋଗ କରିଆସୁଥିଲେ । ହେଲେ ଗତବର୍ଷ ତାଙ୍କର ନିଧନ ହୋଇଥିଲା । ତାଙ୍କରି ମୃତ୍ୟୁ ପରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ କରାଯାଇଥିଲା । ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ମଧ୍ୟ ସହରର ବିଭିନ୍ନ ମହଲର ଲୋକେ ଯୋଗଦେଇ ଶୋକ ବ୍ୟକ୍ତ କରିବା ସହ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ରାଧାରାଣୀଙ୍କ ୩ପୁଅ ଯଥା ରମାକାନ୍ତ ପାଳ, ପ୍ରଶାନ୍ତ ପାଳ ସୁଶାନ୍ତ ପାଳ ପ୍ରମୁଖଙ୍କ ସହ ସପରିବାର ପ୍ରଥମ ବାର୍ଷିକୀ ଶ୍ରାଦ୍ଧର ଆୟୋଜନ କରିଥିବା ବେଳେ ବହୁ ମାନ୍ୟଗଣ୍ୟବ୍ୟକ୍ତି ଯୋଗଦେଇଥିବାର ଦେଖିବାକୁ ମିଳିଥିଲା ।