ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ସରପଞ୍ଚ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ପଂଚାୟତର ବଡମାଧପୁର ଗ୍ରାମର ପ୍ରାୟ ୧ ହଜାର ଚାଷୀ ମାନଙ୍କର ଜମିର ପଟ୍ଟା ହୋଇନଥିବାରୁ ଚାଷୀ ମାନେ କୈାଣସି ସରକାରୀ ସୁବିଧା ପାଇପାରିନଥିବାରୁ ଶନିବାର ବଡମାଧପୁର ସରପଂଚ ଶରତ ଖୁଂଟିଆଙ୍କ ନେତୃତ୍ୱରେ ଶତାଧୀକ ଚାଷୀମାନେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେଟେଲମେଂଟ ଅଫିସର କର୍ମଚାରୀ ସମେତ ରାଜସ୍ୱ କର୍ମଚାରୀ ମାନଙ୍କୁ ଗ୍ରାମକୁ ପଠାଇ ସର୍ଭେ କରି ସେମାନଙ୍କୁ ତୁରନ୍ତ ପଟ୍ଟା ଯୋଗାଇବା ନିମନ୍ତେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଏହାସହ ବଡମାଧପୁର ଗ୍ରାମ ଋଷିକୂଲ୍ୟା ନଦୀ ତଟରେ ଥିବାରୁ ବନ୍ୟା ହେଲେ ନଦୀପାଣି ପଶି ସବୁ ପ୍ରକାର ଫସଲ ନଷ୍ଟ ହେଉଛି । ଯାହାଫଳରେ ବାରମ୍ବାର ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ବଡମାଧପୁର ନଦୀକୂଳ ନିକଟରେ କୂଳଘାଇ ନିର୍ମାଣ କଲେ ଚାଷୀମାନେ ଉପକୃତ ହେବ ବୋଲି ମଧ୍ୟ ସରପଂଚ ଶ୍ରୀ ଖୁଂଟିଆ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ସରପଂଚ ଶ୍ରୀ ଖୁଂଟିଆ ସମେତ ପୂର୍ବତନ ସରପଂଚ ନାରାୟଣ ବେହେରା, ଆର.ଶହଦେବ ରେଡ୍ଡୀ, ସୁଶାନ୍ତ ଖୁଂଟିଆ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ ।


