ଭିନ୍ନ ଧରଣର ଭୂମିକାରେ ଓଲିଉଡ ନାୟିକା ତମନ୍ନା
ଓଲିଉଡର ଜଣାଶୁଣା ନାୟିକା ତମନ୍ନାଙ୍କ ହାତରେ ରହିଛି କେତୋଟି ନୂଆ ସିନେମାର ଅଫର୍ । ଚଳିତ ବର୍ଷ ତାଙ୍କ ଅଭିନୀତ “ଗୋଲମାଲ ଲଭ୍’ ଏବଂ “ପ୍ରେମ ତୋର ନଟି ନଟି’ ରିଲିଜ୍ ହୋଇଛି । ତମନ୍ନା ଆଉ ଜଣେ ଜଣାଶୁଣା ନାୟକ ଚନ୍ଦନଙ୍କ ସହିତ “ଲୁଚେଇ ଦେ ମୋତେ ଛାତି ଭିତରେ’ସିନେମାରେ ଆସୁଛନ୍ତି । ଠିକ୍ ସେହିପରି ତମନ୍ନା ଜ୍ୟୋତିଙ୍କ ସହ ସୁପରବୟରେ ବି ଆସୁଛନ୍ତି । ଉଭୟ ସିନେମାରେ ତାଙ୍କୁ ଭିନ୍ନ ଧରଣର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ସେ ସଂଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ପିଲ୍ମ “ଜୋକର୍’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ । ଏଥିରେ ପପୁ ପମପମ୍ଙ୍କ ଅପୋଜିଟ୍ରେ ଆସିଥା’ନ୍ତେ ତମନ୍ନା । କିନ୍ତୁ ଏହି ଫିଲ୍ମଟି ଅଧାରେ ଅଟକି ରହିଛି । ତେବେ ତମନ୍ନାଙ୍କ ପ୍ରଥମ ମୁକ୍ତିପ୍ରାପ୍ତ ସିନେମା ହେଲା ସଂଜୟ ନାୟକଙ୍କ ନିର୍ଦ୍ଦେଶିତ “ଭାଇନା କ’ଣ କଲା ସେ’ । ଏଥିରେ ନବାଗତ ବାଳକୃଷ୍ଣଙ୍କ ବିପକ୍ଷରେ ନଜର ଆସିଥିଲେ ସେ । ତା’ପରେ ତମନ୍ନାଙ୍କୁ “ନିଝୁମ୍ ରାତିର ସାଥୀ’ ସିନେମାରେ ଦେଖିବାକୁ ପାଇଛନ୍ତି ସିନେପ୍ରେମୀ । ଏହି ଫିଲ୍ମରେ ଜ୍ୟୋତିଙ୍କ ସହ ନଜର ଆସିଥିଲେ ତମନ୍ନା । ଅର୍ଦ୍ଧେନ୍ଦୁଙ୍କ ସହ ବି ତାଙ୍କୁ “ବ୍ଲାକମେଲ୍’ରେ ଦେଖିବାକୁ ମିଳଥିଲା । ଠିକ୍ ସେହିପରି ସେ ଅନୁଭବଙ୍କ ସହ “ପ୍ରେମ କୁମାର’ରେ ନଜର ଆସିଥିଲେ ।


