ବରିଷ୍ଠ ନାଗରିକ ମାନଙ୍କ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ବୈଠକ ସହ ପରିଚୟ ପତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ଆରକ୍ଷୀ ଅଧକ୍ଷକ ଜୟରାମ ଶତପଥୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ଜିଲ୍ଲପାଳ ଲିଙ୍ଗରାଜ ପଣ୍ତା ପ୍ରଦୀପ ପ୍ରଜ୍ଳନ କରି ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକୂ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ତା, ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାମଦେବ ସିଂ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୂକାରୀ ଡକ୍ପର ପ୍ରଦୀପ କୁମାର ପାତ୍ର, ଅବସର ପ୍ରାପ୍ତ କମାଣ୍ତଡେଣ୍ଡ ଜମାଦାର ସାର, ବରିଷ୍ଠ ନାଗରିକ ସଭାପତି ରାମ ଚନ୍ଦ୍ର ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲାବେଳେ ସ୍ୱାଗତ ଭାଷଣ ଓ ଅତିଥୂ ପରିଚୟ ପ୍ରଦାନ କରିଥିଲେ ପାରଳା ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ । ବରିଷ୍ଠ ନାଗରିକ ମାନଙ୍କର ସମସ୍ୟା, ଅସୁବିଧା ରହିଛି ତାହା ଉପରେ ଆଲୋଚନା ହୋଇ ଥିଲା | ପୋଲିସ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ଅସୁବିଧା ସମୟରେ ସାହର୍ଯ୍ୟ ଓ ସହଯୋଗ କରିବା ସକାଶେ ପୋଲିସ ସଦାବେଳେ ସଜାଗ ରହିଛି ବୋଲି କହିଥୂଲେ । ବରିଷ୍ଠ ନାଗରିକ ମାନେ କୌଣସି ଅସୁବିଧା ବା ନିର୍ଯାତିତ ହେଲେ ପୋଲିସ ସହିତ ଯୋଗାଯୋଗ କଲେ ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ସେମାନଙ୍କୁ ସହଯୋଗର ହାତ ବଢ଼ାଇ ତୁରନ୍ତ ସମସ୍ୟା ଗୁଡିକର ସମାଧାନ ଓ ସହଯୋଗ କରିପାରିବ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥୁଲେ । ଏହି କାର୍ଯ୍ୟକ୍ରମରେ ୪୮ ଜଣ ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ତାଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୂକାରୀ ଡକୃର ପ୍ରଦୀପ କୁମାର ପାତ୍ର, ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ସେବା ସକାଶେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ  ସୁବିଧା ସକାଶେ ଏକ ହ୍ଲାଟ୍ସଅପ ଗ୍ରୁପ କରିବା ସକାଶେ ନିଜର ମତ ବ୍ୟକ୍ତ କରିଥୁଲେ । ଏହି କାର୍ଯ୍ୟକ୍ରମରେ ପୋଲିସ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରି ସଫଳ ରୂପାୟନ କରିଥୁଲେ । ଏହି ଭଳି କାର୍ଯ୍ୟକ୍ରମ କରିଥୁବାରୁ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଉତ୍ପାହ ଦେଖୁବାକୁ ମିଳିଥୂଲା ଓ ଗଜପତି ଜିଲ୍ଲା ପୋଲିସକୁ ସହରବାସୀ ଭୂୟସ ପ୍ରଶଂସା କରିଛନ୍ତି । ପରିଶେଷରେ ଆଦର୍ଶ ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥୁଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ