ଘାଇଲା ହରିଣ ଛୁଆକୁ ଉଦ୍ଧାର କଲେ ଗ୍ରାମବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ କତଲକଇଠା ଗ୍ରାମର ହନୁମାନ ମନ୍ଦିର ନିକଟରେ ଥିବା ଏକ କୂପ ଠାରେ ହରିଣ ଛୁଆକୁ ଶୁକ୍ରବାର ଦିନ ଗ୍ରାମବାସୀ ଉଦ୍ଧାର କରିଥିବାର ଜଣାପଡିଛି | ଏହି ହରିଣ କ୍ଷତ ବିକ୍ଷତ ହୋଇ  ଆସି ପହଞ୍ଚି ଥିଲା କୂପ ନିକଟକୁ | କିଛି  ଗ୍ରାମ ବାସିନ୍ଦା ହରିଣ ଛୁଆଟିକୁ ଦେଖି ତୁରନ୍ତ  ଉଦ୍ଧାର କରି ସ୍ଥାନୀୟ ବନ ଅଧିକାରୀଙ୍କୁ ଖବର ଦେଇଥିଲଲେ | ଖବର ପାଇ  ବନ ଅଧିକାରୀ ପହଞ୍ଚି ହରିଣ ଛୁଆଟି କୁ ନେଇ ପ୍ରାଥମିକ ଚିକିତ୍ସା ପରେ ହରିଣ ଛୁଆଟି ସୁସ୍ଥ ହେବା ପରେ ପୁଣି ସେହି ବନରେ ଛାଡି ଦେଇଥିବାର ବନବିଭାଗ ସୂତ୍ରରୁ ପ୍ରକାଶ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ