ହୋମ ଓ ପୂଜାର୍ଚ୍ଚନା ପରେ ନିଜ କାର୍ଯ୍ୟାଳୟରେ ପ୍ରବେଶ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଏପ୍ରିଲ ୧୯ ତାରିଖ ଦିନ ହୋମ ଓ ପୂଜାର୍ଚ୍ଚନା କରିବା ପରେ ନିଜ କାର୍ଯ୍ୟାଳୟରେ ପ୍ରବେଶ କରିଛନ୍ତି ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା । ସନ୍ତୋଷ ବାବୁ ଉପାଧ୍ୟକ୍ଷ ହେବା ପୂର୍ବରୁ ପୋଲସରା ନଗର ଯୁବ ବିଜେଡିର ସଭାପତି ସହ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟର ସମ୍ପାଦକ ଭାବେ କାର୍ଯ୍ୟ କରି ଆସୁଛନ୍ତି । ବିଜୁ ଜନତା ଦଳର ସାଂଗଠନିକ କାର୍ଯ୍ୟରେ ବିଧାୟକ ଶ୍ରୀକାନ୍ତ ସାହୁ ଯେଉଁ ସବୁ ଦାୟିତ୍ୱ ଦେଇଥାନ୍ତି ସେ ସମସ୍ତ କାର୍ଯ୍ୟ ସୁଚାରୁରୂପେ କରିଥିବା ଯୋଗୁଁ ବିଧାୟକ ତାଙ୍କୁ ଉପାଧ୍ୟକ୍ଷ ପଦବୀରେ ବସାଇଥିବା ଶୁଣାଯାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ବିଧାୟକ ମହୋଦୟଙ୍କ ଆଦର୍ଶ ଓ ରାଜ୍ୟ ସରକାରଙ୍କ ଫାଇଭ ଟି ସଚିବ ଙ୍କ ପ୍ରେରଣା ପାଇ ସେ ଜନସେବାରେ ବ୍ରତୀହେବେ ବୋଲି ପ୍ରକାଶ କରିଛନ୍ତି । ମଙ୍ଗଳବାର ଦିନ ନିଜ ଉପାଧ୍ୟକ୍ଷ କାର୍ଯ୍ୟାଳୟରେ ପ୍ରବେଶ ସମୟରେ ପୋଲସରା ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ ଓ ଦୁର୍ଯ୍ୟୋଧନ ସାହୁଙ୍କ ସମେତ ବିଜେଡ଼ିର ସମସ୍ତ ୧୧ ଜଣ କାଉନସିଲର ଉପସ୍ଥିତ ଥିଲେ ।


