ଏକୋଇଶିଆ  ଭୋଜି ଖାଇ ୭୦ରୁ ଉର୍ଦ୍ଧ ଅସୁସ୍ଥ

 ଧମାନଗର, (ସନ୍ତୋଷ କୁମାର ପ୍ରଧାନ):-ଧାମନଗର ବ୍ଲକ, ଧୁଷୁରୀ ଥାନା ଅନ୍ତର୍ଗତ ହସନାବାଦ ପଞ୍ଚାୟତର ତଳ ଅସ୍ତକ ଗ୍ରାମର କୈଳାସ ବେହେରାଙ୍କ ଘରେ ଏକୋଇଶିଆ ଭୋଜି ଖାଇ ୭୦ ପାଖାପାଖି ଲୋକ ଅସୁସ୍ଥ ହୋଇପଡିଛନ୍ତି ।ଗତକାଲି କୈଳାସ ତାଙ୍କ ପୁଅର ଏକୋଇଶିଆ ଭୋଜି କରି ନିକଟସ୍ଥ ଗ୍ରାମର ପ୍ରାୟ ୩୦୦ ଲୋକଙ୍କ ପାଇଁ ଭୋଜିର ଆୟୋଜନ କରିଥିଲେ।ସମସ୍ତ ଗ୍ରାମବାସୀ ଭୋଜି ଖାଇ ଘରକୁ ଫେରିଥିଲେ ।ହଠାତ ଆଜି ସନ୍ଧ୍ୟାରେ କିଛି ଲୋକଙ୍କ ଠାରେ ଝାଡା ,ବାନ୍ତି, ମୁଣ୍ଡ ବୁଲେଇବା ସହ ଜ୍ୱର ଆରମ୍ଭ ହୋଇଯାଇଥିଲା।ଫଳରେ ୭୦ ରୁ ଉର୍ଦ୍ଧ ରୋଗୀଙ୍କୁ ନିକଟରେ ଥିବା ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଜାରି ରହିଛି ।ଭଦ୍ରକ ମୁଖ୍ୟ ଚିକିତ୍ସାଳୟ,ଧୁଷୁରୀ ଏରିଆ ହସପିଟାଲ ଓ ପଡୋଶୀ ଯାଜପୁର ଜିଲ୍ଲାର ମଙ୍ଗଳପୁର ଚିକିତ୍ସାଳୟରେ ଅସୁସ୍ଥ ବ୍ୟକ୍ତି ମାନଙ୍କର ଚିକିତ୍ସା ଜାରି ରହିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ