ଯଶିପୁର ବଜାରରେ ସିରିଜ ଦୁର୍ଘଟଣା ଘଟାଇଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ଅନେକ ଲୋକ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ର ଯଶୀପୁର ମୁଖ୍ୟ ବଜାର ଛକ ନିକଟରେ ସିରିଜ ଦୁର୍ଘଟଣା । ଏକ ୧୨  ଚକିଆ ଟ୍ରକ ସହିତ ଟ୍ରଲର ଧକ୍କା ଦେବାପରେ ଅନ୍ୟ ୪ଟି ଯାତ୍ରାବାହି ଅଟକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ  ଅଳ୍ପକେ ବର୍ତ୍ତିଛନ୍ତି ଅନେକ ଲୋକ । ଏପରି ଘଟଣା ସାମ୍ନାକୁ ଆସିଛି ଯଶୀପୁର ଥାନା ଅନ୍ତର୍ଗତ ଯଶୀପୁର ବଜାରର ମୁଖ୍ୟ ଛକ ନିକଟରୁ ।ଗତକାଲି ଅପରାହ୍ନ ସମୟରେ ଏକ ୧୨ ଚକିଆ ଟ୍ରକ ରାଇରଙ୍ଗପୁର ପଟୁ ବାରିପଦା ଆଡକୁ ଯାଉଥିବା ବେଳେ ପ୍ରଥମେ ଏକ ଟ୍ରଲରକୁ ଧକ୍କା ଦେବା ପରେ ନିକଟ ଅଟ ଷ୍ଟାଣ୍ଡରେ ଛିଡାହଇଥିବା ୪ଟି ଅଟକୁ ଧକ୍କା ଦେଇଥିଲା । ଯାହା ଫଳରେ ଅଟ ଚାରିଟି ଚୁରମାର ହଇ ଯାଇଛି । ତେବେ ସେହି ସ୍ଥାନରେ  କିଛି ଲୋକ ଥିଲେ ମଧ୍ୟ ସ୍ବଭାଗ୍ୟ ବସତଃ ଏକ ବଡ଼ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ