ଜନ ହିତରେ ‘ଦିବ୍ୟାଙ୍ଗଜନ ସମାଧାନ’

ଛତ୍ରପୁର, (ୱାଇଏନ୍ଏସ୍) :-ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ,ଉପଖଣ୍ଡ, ଜିଲ୍ଲା ସ୍ତରୀୟ ଓ ବ୍ରହ୍ମପୁର ମହାନଗର ନିଗମ ସ୍ତରୀୟ ଦିବ୍ୟାଙ୍ଗ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ସର୍ବପ୍ରଥମେ ଭିନ୍ନକ୍ଷମ ମାନଙ୍କ ଅଭିଯୋଗ ଏବଂ ପରେ ସାଧାରଣ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଜିଲ୍ଲାସ୍ତରରୁ ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ସମୁଦାୟ ୧୮୩ ଗୋଟି ଅଭିଯୋଗ ଶୁଣାଣୀ ହୋଇଛି । ତନ୍ମଧ୍ୟରୁ ପେନସନ୍ ବାବଦକୁ ୬୩ ଗୋଟି, ସ୍ବାସ୍ଥ୍ୟଗତ ୩ ଗୋଟି, ପ୍ରମାଣ ପତ୍ର ବାବଦକୁ ୨୦ ଗୋଟି, ଜୀବନଜୀବିକା ବାବଦକୁ ୧ ଗୋଟି, ଡି. ଆର୍. ଆଇ. ଋଣ ବାବଦକୁ ୧୦ ଗୋଟି, ଶିକ୍ଷା ସମ୍ପର୍କିତ ଗୋଟିଏ, ତୃତୀୟ ଲିଙ୍ଗୀ ସମ୍ବନ୍ଧୀୟ ଗୋଟିଏ, ସାଧାରଣ ବଣ୍ଟନ ବାବଦକୁ ୩୩ ଗୋଟି, ଉପକରଣ ବାବଦକୁ ୫୪ ଗୋଟି, ସରକାରୀ ସହାୟତା ବାବଦକୁ ଗୋଟିଏ, ଅନ୍ୟାନ୍ୟ ସମସ୍ୟା ବାବଦକୁ ୧୦ ଟି ଆବେଦନ ଗ୍ରହଣ କରାଯାଇଥିଲା । ଆଜି ୩୦ ଗୋଟି ଉପକରଣ ବଣ୍ଟନ କରାଯାଇଥିଲା ଓ ୩୬ ଗୋଟି ଆବେଦନର ଶୁଣାଣୀ ହୋଇଛି ଏବଂ ୧୪୪ଟି ଅଭିଯୋଗର ଶୁଣାଣୀ ନିମନ୍ତେ ନିର୍ଦେଶନାମା ପ୍ରଦାନ କରାଯାଇଛି । ଏହି ଅଭିଯୋଗ ଶୁଣାଣୀ ସମୟରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକୀ ମିଶ୍ର,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ,ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ସିଦ୍ଧେଶ୍ଵର ବଳୀରାମ ବୋନ୍ଦାର, ଉପ-ଜିଲ୍ଲାପାଳ ବ୍ରହ୍ମପୁର, ଭି.କୀର୍ତିଭାସନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମାକାନ୍ତ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ମଲ୍ଲିକ, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷୀତ ଦାସ, ଉପଖଣ୍ଡ ସମାଜ ମଙ୍ଗଳ ଅଧିକାରୀ କ୍ରିଷ୍ଣା ଚନ୍ଦ୍ର ବେହେରା, ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରା ଓ ଉପଖଣ୍ଡର ବିଭିନ୍ନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ