ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ କୋଟସିରା ଠାରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟ ରେ ୧୬ଗୋଟି ଦଳ ଭାଗ ନେଇଥିବା ବେଳେ ଫାଇନାଲ ମ୍ୟାଚ ଆଗରପଡା ଓ ବିରିଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଗରପଡା ବିରିଡିକୁ ୨-୧ସେଟରେ ହରାଇ ଚମ୍ପିୟାନ ହୋଇଥିଲା। ଉଦଯାପନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ପୁର୍ଣ୍ଣଚନ୍ଦ୍ର ମାଝୀ , ସାନଶାସନ ପଞ୍ଚାୟତ ସମିତିସଭ୍ୟ ସନ୍ତୋଷ ମହାପାତ୍ର, ଶିଳ୍ପଦ୍ୟୋଗୀ ପଦ୍ମନାଭ ଲେଙ୍କା, ପ୍ରତାପ କୁମାର ଭାରତୀ , ଶିକ୍ଷକ ଉଦୟନାଥ ସେଠୀ, ସମାଜସେବୀ ରମେଶ ଚନ୍ଦ୍ର ଭାରତୀ ପ୍ରମୁଖ ଯୋଗଦେଇ ଉଭୟ ଦଳକୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ନିରାକାର ଦାସ, ସୁରଜ କୁମାର ନାୟକ, ଅମୀୟ କୁମାର ଲେଙ୍କା, ନିରାକାର ଦାଶ, କାଳନ୍ଦୀ ଜେନା, ପବିତ୍ର କୁମାର ସେନାପତି, ଜିତେନ୍ଦ୍ର ନାଥ ଜେନା, ଗୋବିନ୍ଦ ପ୍ରସାଦ ଜେନାଙ୍କ ସମେତ ଜଗନ୍ନାଥ କେୱାଇସି କ୍ଲବର ସଦସ୍ୟ ମାନେ ପରିଚାଳନା କରିଥିଲେ ।