ବିଶ୍ୱତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ଶିବିର ଉଦ୍ୟାପିତ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଛେନାପଦିଛକରେ ଥିବା ବିଶ୍ୱତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍ୟାପିିତ ହୋଇଯାଇଛି । ଅଧ୍ୟକ୍ଷା ସୁକାନ୍ତୀ ମାହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରୋଗ୍ରାମ କୋ ଅଡିନେଟର ପ୍ରଧ୍ୟାପିକା ଉଷାରାଣୀ ଦାସଙ୍କ ସଂଯୋଜନାରେ ଶିବିର ପରିଚାଳନା କରାଯାଇଥିଲା । ଏହି ଶିବିରରେ ବିଦ୍ୟାଳୟର ଛାତ୍ରୀମାନେ ଯୋଗଦେଇ ଆତ୍ମରକ୍ଷାର ବିଭିନ୍ନ କୌଶଳ ସମ୍ପର୍କରେ ତାଲିମ ନେଇଥିଲେ । ଏଥିରେ ବିଦ୍ୟାଳୟର ଅନ୍ୟ ପ୍ରଧ୍ୟାପିକା ଓ ପ୍ରଧ୍ୟାପକ ମାନେ ଯୋଗଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ସୀମା ସିମନ୍ତିନୀ ସାହୁ ଓ ବିଳାସିନୀ ସାହୁ ପ୍ରଶିକ୍ଷକ ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳର ତାଲିମ ପ୍ରଦାନ କରିଥିଲେ । ବିଦ୍ୟାଳୟର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।