ସମାଜମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-କର୍କଟ ପିଡୀତଙ୍କ ପାଇଁ ନିସ୍ୱାର୍ଥ ସେବା ଯୋଗାଉଥିବା ସମାଜମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ ଉତ୍କଳ ସାମ୍ବାଦିକ ସଙ୍ଘ ଠାରେ ଅନୁଷ୍ଠିତ ହୋଇଯାଇଛି । କଳ୍ପନା ଛକଟୋକା ସଙ୍ଘ ଆନୁକୂଲ୍ୟରେ ସମାଜମଙ୍ଗଳ ହୁଣ୍ଡି ଭାଙ୍ଗି ଜଣେ ଅସହାୟ ରୋଗୀଙ୍କୁ ଆଦାୟ ଅର୍ଥରାଶି ପ୍ରଦାନ କରାଯାଇଥିଲା । ସମାଜମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ , ପ୍ରଦୋଷ ପଟ୍ଟନାୟକ ,ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ବିଭୁତି ଭୂଷଣ କର , ସାମ୍ବାଦିକ ସନତ ମିଶ୍ର ଓ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଯୋଗଦେଇଥିଲେ । ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସମାଜସେବୀ ସସ୍ମିତା ଦାସ , ଯୁବ କର୍ପୋରେଟର ଆଶିଷ ପଟ୍ଟନାୟକ ,କଣ୍ଠଶିଳ୍ପୀ ଡ଼ା. ଜୟଶ୍ରୀ ଧଳ , କବି ତଥା ସମାଜସେବୀ ଡ଼ା. ବନ୍ଦନା ହରିଚନ୍ଦନ , ସମାଜସେବୀ ଡ଼ା. ଅମ୍ବିକା ମହାରଣା , ସମାଜସେବୀ ପ୍ରତାପ ସାହୁ , ଡ଼ା. ଅସିତ ଦାସ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ , ଯୁବ କର୍ପୋରେଟର ଅଜିତ ବେହେରା ପ୍ରମୁଖ ଯୋଗଦେଇଥିଲେ । ସଙ୍ଘ ସଭାପତି ଧୀରେନ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଗିରିଷ ମିଶ୍ର , ସଂଜୟ ପରିଡା , ରୋହିତ ନାୟକ , ପ୍ରମୋଦ ପତି , ରାଜ କୁମାର , ଅଶେଷ ବିନ୍ଧାଣି , ଡି ସନ୍ତୋଷ , ସୁରେଶ ମାଝୀ , ଭୁବନାନନ୍ଦ ସାମନ୍ତ , ଇମନ କଲ୍ୟାଣ ମହାନ୍ତି ପ୍ରମୁଖ ସହଯୋଗ ର କରିଥିଲେ ।