ଇସ୍କନ ପ୍ରଭୁପାଦ ସଂକୀର୍ତ୍ତନ ପଦଯାତ୍ରାକୁ ଭବ୍ୟ ସ୍ୱାଗତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଇସ୍କନ ଆଧ୍ୟାତ୍ମିକ ସଂସ୍ଥାର ପ୍ରଭୁପାଦ ସଂକୀର୍ତ୍ତନ ପଦଯାତ୍ରାକୁ ବାଲିପଦର ଠାରେ ଭବ୍ୟ ସ୍ୱାଗତ କରାଯାଇଛି । ବାଲିପଦର ଉନ୍ନୟନ ପରିଷଦ ସଭାପତି ଇଂ.ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ନେତୃତ୍ୱରେ ଆଧ୍ୟାତ୍ମିକ ପ୍ରେମୀ ବୃନ୍ଦ ଏପ୍ରିଲ ୨୭ ତାରିଖ ବୁଧବାର ଦିନ ୧୦ ଘଣ୍ଟିକା ସମୟରେ ସୁଦୂର କଲିକତା ନିକଟସ୍ଥ ନଦୀୟା ନବଦ୍ବୀପ ଅନ୍ତର୍ଗତ ଶ୍ରୀଧାମ ମାୟାପୁରୀ ଇସ୍କନ୍ ମନ୍ଦିରରୁ ବାହାରି ଶ୍ରୀକ୍ଷେତ୍ର ପୁରୀଧାମ ପର୍ଯ୍ୟନ୍ତ ଯିବାକୁ ଥିବା ପ୍ରଭୁପାଦ ସଂକୀର୍ତ୍ତନ ପଦଯାତ୍ରାର ସାଧୁ, ସନ୍ଥ ଓ ଆଧ୍ୟାତ୍ମିକ ପରିବ୍ରାଜକ ମାନଙ୍କୁ ବାଲିପଦର ଅହଲ୍ୟାଦେବୀ ମହିଳା ମହାବିଦ୍ୟାଳୟ ଠାରେ ସ୍ୱାଗତ କରାଯାଇଥିଲା। ଅହଲ୍ୟାଦେବୀ ମହିଳା ମହାବିଦ୍ୟାଳୟ ଠାରୁ ସନ୍ଧ୍ୟା ୬:୦୦ ଘଣ୍ଟ ସମୟରେ ନଗର ପରିକ୍ରମା କରି ବାଲିପଦର ଗ୍ରାମର ମକର ପଡ଼ିଆ ଠାରେ ସନ୍ଧ୍ୟା ୭:୦୦ଘଣ୍ଟ ସମୟରେ ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଇଂ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ