ବିସିଇଟିରେ ଏକଦିବସୀୟ କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା) :-ଶେରଗଡ଼ସ୍ଥିତ ବାଲେଶ୍ୱର କଲେଜ ଅଫ୍ ଇଞ୍ଜିନିୟରି ଏଣ୍ଡ ଟେକ୍ନୋଲୋଜି (ବିସିଇଟି)ରେ ‘ଷ୍ଟାର୍ଟଅପ୍ ଏଣ୍ଡ ଅପର୍ଚ୍ଚୁନିଟି ଇନ୍ ଓଡ଼ିଶା’ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନୋଲେକ୍ସନ୍ ଡଟ କମ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟଦର୍ଶୀ ଷଡ଼ଙ୍ଗୀ ଏଥିରେ ଯୋଗ ଦେଇ ଷ୍ଟାର୍ଟଅପ୍ କ’ଣ ଏବଂ ଏହାଦ୍ୱାରା ଚାକିରୀ ପଛରେ ନ ଗୋଡ଼ାଇ ଯୁବଗୋଷ୍ଠୀ କିଭଳି ସ୍ୱାବଲମ୍ବୀ ହୋଇ ପାରିବେ ତଥା ସମାଜ ପାଇଁ ଉପାଦେୟ ସାବ୍ୟସ୍ତ ହୋଇ ପାରିବେ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଆଭାସି ମାଧ୍ୟମରେ ଷ୍ଟାର୍ଟଅପ୍ ଓଡ଼ିଶାର ବରିଷ୍ଠ ସଂଯୋଜକ ରଶ୍ମିରଞ୍ଜନ ସାହୁ ଉପରୋକ୍ତ ବିଷୟ ଉପରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ. ଶରତ କୁମାର ମିଶ୍ରଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ. ଶିବେନ୍ଦ୍ର କୁୁମାର ଘଡ଼େଇ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପନିର୍ଦ୍ଦେଶକ ଏସ.ଏସ୍‌. ସାମନ୍ତ, ଉପାଧ୍ୟକ୍ଷ ଅଧ୍ୟାପକ ମିଥୁନ କୁମାର କର ସମସ୍ତ ବିଭାଗୀୟ ମୁଖ୍ୟ ଓ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପରିଚାଳନା ପରିଷଦର ସଭାପତି ଡଃ ମନ୍ମଥ କୁମାର ବିଶ୍ୱାଳ ଉକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିଙ୍କୁ ଶୁଭେଚ୍ଛା ଜ୍ଞାପନ ସହ ଅଂଶଗ୍ରହଣ କରିଥିବା ସମସ୍ତ କର୍ମଚାରୀ ବୃନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ