ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତିକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି କାଉନସିଲର
ଛତ୍ରପୁର, (ଦେବଦତ୍ତ ମହାରଣା) :-ପୌର ନିର୍ବାଚନରେ ବିଜୟୀ ହାସଲ କରିବା ନିମନ୍ତେ ପ୍ରାର୍ଥୀ ମାନେ ଭୋଟର ମାନଙ୍କୁ ବିଭିନ୍ନ ପ୍ରକାର ପ୍ରତିଶୃତି ଦେଇଥିଲେ । ୱାର୍ଡ ମାନଙ୍କରେ ଥିବା ରାସ୍ତା ଘାଟ ସମସ୍ୟା, ନାଳ ନର୍ଦ୍ଦମା ସମସ୍ୟା ଭଳି ବିଭିନ୍ନ ସମସ୍ୟାକୁ ସମାଧାନ କରିବା ସହ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇ ରହିବା ପାଇଁ ୱାର୍ଡ ବାସୀ ମାନଙ୍କୁ କହି ନିଜ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ । ଛତ୍ରପୁର ଏନଏସିର ୧୦ ନଂ ୱାର୍ଡର କାଉନସିଲର ଦେବାଶିଷ ମିଶ୍ର (ବୁନୁ) ନିର୍ବାଚନରେ ବିଜୟୀ ହାସଲ କରିବା ପରେ ୱାର୍ଡର ମୁଖ୍ୟତଃ ନାଳ ନର୍ଦ୍ଦମା ସମସ୍ୟା ଉପରେ ଗୁରୁତ୍ୱ ଦେବା ସହ ସାହି ଓ ଗଳି କନ୍ଦିରେ ଥିବା ନାଳ ନର୍ଦ୍ଦମା ଗୁଡିକୁ ନିଜେ ସଫେଇ କରୁଥିବା ଦେଖିବାକୁ ମିଳିଛି । ଏହା ସହ ୱାର୍ଡବାସୀଙ୍କ ଘରକୁ ଘର ବୁଲି ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝୁଛନ୍ତି । ଏବଂ ସେ ଗୁଡିକର ସମସ୍ୟା କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା ମଧ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ଛତ୍ରପୁର ଏନଏସିର ୧୦ ନଂ ୱାର୍ଡ ମେନ ରୋଡ୍ ଠାରେ ଥିବା ନାଳ ନର୍ଦ୍ଦମା ରେ ପଡିଥିବା ଅଳିଆ ଆବର୍ଜନା ଗୁଡିକୁ ନିଜେ ସଫେଇ କରିବା ସହ ରାସ୍ତା ଘାଟକୁ ମଧ୍ୟ ସଫେଇ କରୁଛନ୍ତି । ତାଙ୍କ ସହ ଏନଏସିର ବହୁ ସଫେଇ କର୍ମଚାରୀ ମାନେ ମଧ୍ୟ ସାମିଲ ରହି ସଫେଇ କରୁଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ୱାର୍ଡରେ ଥିବା ପାଣି ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଏହାର ସମାଧାନ କରିବା ପାଇଁ ଚେଷ୍ଟା କରିବେ ବୋଲି କାଉନସିଲର ଶ୍ରୀ ମିଶ୍ର କହିଛନ୍ତି । ସରକାରଙ୍କ ଦ୍ୱାରା ମିଳୁଥିବା ବିଭିନ୍ନ ଯୋଜନା ଗୁଡିକ କିପରି ଲୋକଙ୍କ ପାଖରେ ଯେପରି ସଠିକ୍ ସମୟରେ ମିଳିପାରିବ ସେଥି ନିମନ୍ତେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।


