ବିଜେଡିରେ ଯୋଗ ଦେଲେ ବ୍ଲକ କଂଗ୍ରେସ ଉପସଭାପତି
ବନ୍ତ, (ଚାନ୍ଦିନୀ ମହାନ୍ତି) :-ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକସ୍ଥିତ ବାସଭବନରେ ଆଜି ବନ୍ତ ବ୍ଲକ କଂଗ୍ରେସର ଉପସଭାତି ନିରଞ୍ଜନ ମଲ୍ଲିକ କଂଗ୍ରେସ ଦଳ ଛାଡି ବିଜେଡିରେ ଯୋଗ ଦେଇଥିବା ଜଣାଯାଇଛି । ରାଜ୍ୟ ବିଜେଡି ସଂପାଦକ ତଥା ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲଙ୍କ ଉପସ୍ଥିତିରେ ସେ ଦଳରେ ମିଶି ଥିବା ଜଣାଯାଇଛି । ଶ୍ରୀ ମଲ୍ଲିକ ବନ୍ତ ବ୍ଲକ ୧୬ନଂ.ଜୋନ୍ ଅଧିନ ଗୋବିନ୍ଦପୁର ପଞ୍ଚାୟତ ପଙ୍ଗୀରା ଗ୍ରାମର ଅଧିବାସୀ ଅଟନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ମଳ ଶାସନ, ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଉନ୍ନତିମୂଳକ କାର୍ଯ୍ୟ ଓ ରାଜ୍ୟ ବିଜେଡି ସମ୍ପାଦକ ଇଂ.ପ୍ରୟାସକାନ୍ତି ସାମଲଙ୍କ ଦୃଢ ସାଙ୍ଗଠନିକ କାର୍ଯ୍ୟ ଉପରେ ଆସ୍ଥା ପ୍ରକଟ କରି ସେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି । ମିଶ୍ରଣ ବେଳେ ବ୍ଲକ ଯୁବ ନେତା ଅକ୍ଷୟ ଦାସ, ସନ୍ତୋଷ ବାରିକ, ଶ୍ରୀକାନ୍ତ ପଲେଇ, ବିଶ୍ୱନାଥ ମଲ୍ଲିକଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଶ୍ରୀ ମଲ୍ଲିକ ବିଜେଡିରେ ମିଶିବା ପୂର୍ବରୁ ଗତ ଏପ୍ରିଲ ୧୩ରେ ଗୋବିନ୍ଦପୁର ପଞ୍ଚାୟତ ପଙ୍ଗୀରା ଠାରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପଞ୍ଚାୟତ ବିଜେଡି ସଭାପତି ବାଇଧର ଓଝା, ଶିବ ଚରଣ ପହି, କୁଳମଣି ଦାସ, ସନ୍ତୋଷ ବାରିକଙ୍କ ସମେତ ୧୩ ୱାର୍ଡର ଆଗ ଧାଡିର କର୍ମୀ ମାନେ ଉପସ୍ଥିତ ଥିଲେ ।


