ଆନ୍ତରିକତା ଅଭାବରୁ ଅବ୍ୟବହୃତ ହୋଇପଡିଛି ଉଚ୍ଛେଦ ସ୍କୁଲ ଗୃହ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ସରକାରଙ୍କ ନିୟମ ଆଧାରରେ ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ କେତେ ଗୁଡିଏ ବିଦ୍ୟାଳୟ ଉଚ୍ଛେଦ ହୋଇ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ହୋଇସାରିଛି । ଉଚ୍ଛେଦ ବିଦ୍ୟାଳୟ ଗୃହ ଗୁଡିକୁ ସଂପୃକ୍ତ ପଞ୍ଚାୟତର ମହିଳା ମହାସଂଘ, ଆଞ୍ଚଳିକ ମହାସଂଘ କିମ୍ବା ମଞ୍ଚକୁ ହସ୍ତାନ୍ତର କରି କାର୍ଯ୍ୟରେ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲାପାଳ ଓ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ବ୍ଲକ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁ ଉଚ୍ଛେଦ ହୋଇଥିବା ବିଦ୍ୟାଳୟ ଗୃହ ଗୁଡିକ ଅବ୍ୟବହୃତ ହୋଇପଡି ରହିଛି । କେତେକ ପଞ୍ଚାୟତରେ ମହିଳା ମହାସଂଘ ଓ ଆଞ୍ଚଳିକ ମହାସଂଘ ମାନେ ଉଚ୍ଛେଦ ବିଦ୍ୟାଳୟ ଗୃହ ଗୁଡିକୁ କାର୍ଯ୍ୟରେ ଲଗାଇବା ପାଇଁ ବ୍ଲକ ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାଯାଇଛି । ପ୍ରକାଶ ଥାଉକି, ଗୋପିନାଥପୁର ପଞ୍ଚାୟତ ଅଧିନ ଅମସିଂହପୁର ପ୍ରାଥମିକ ବିଦ୍ୟାଳୟ ଉଚ୍ଛେଦ ହୋଇ ମାର୍କଣ୍ଡପୁର ନୋଡାଲ ଉପ୍ରା ବିଦ୍ୟାଳୟ ସହିତ ମିଶ୍ରଣ ହୋଇଛି । ଉକ୍ତ ଉଚ୍ଛେଦ ବିଦ୍ୟାଳୟ ଗୃହକୁ ଗୋପିନାଥପୁର ପଞ୍ଚାୟତର ମହିଳା ମହାସଂଘ ଅଧିନ ଅମରସିଂହପୁର ଆଞ୍ଚଳିକ ମଞ୍ଚ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ମହିଳା ମହାସଂଘ, ଆଞ୍ଚଳିକ ମଞ୍ଚର କର୍ମକର୍ତ୍ତା, ଶତାଧିକ ସଭ୍ୟା, ସରପଞ୍ଚ, ନାଏବ ସରପଞ୍ଚ ପ୍ରମୁଖ ବ୍ଲକ ପ୍ରଶାସନକୁ ଲିଖିତ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ । ଫଳରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ବାଟବଣା ହେଉଥିବା ଅଭିଯୋଗ ହୋଇଛି । ବ୍ଲକ ପ୍ରଶାସନ ଉଚ୍ଛେଦ ବିଦ୍ୟାଳୟର ଅବ୍ୟବହୃତ ଗୃହକୁ ସଂପୃକ୍ତ ପଞ୍ଚାୟତର ମହିଳା ମହାସଂଘ ଗୁଡିକୁ ହସ୍ତାନ୍ତର କରିବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ