ଷଡଙ୍ଗ ହାଇସ୍କୁଲର କ୍ରୀଡା ଶିକ୍ଷକଙ୍କ ଅକାଳ ବିୟୋଗ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଷଡଙ୍ଗ ଆର.ବି ହାଇସ୍କୁଲର କ୍ରୀଡା ଶିକ୍ଷକ ସୁମନ୍ତ ଦାସ(୪୫)ଙ୍କ ଅକାଳ ବିୟୋଗ ଘଟିଛି । ସେ ଗତକାଲି ରାତିରେ ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ଶାଳଣିଆଁ ଡାକ୍ତରଖାନା ଓ ପରେ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିବାବେଳେ ମାଟରେ ତାଙ୍କର ପରଲୋକ ଘଟିଥିଲା । ସେ ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ପରଲୋକ ଖବରପାଇ ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ଅଶୋକ ଦାସ, ବୃନ୍ଦାବନ ମଲ୍ଲିକ, ସୁବାସ ଜେନା, ବିଜୟ ନାୟକ, ଅକ୍ଷୟ ପଣ୍ଡା, ଲକ୍ଷ୍ମୀଧର ଜେନା, ବଟକୃଷ୍ଣ ଜେନା, ମୃତ୍ୟୁଞ୍ଜୟ ପଲେଇ, ପ୍ରସନ୍ନ ବେହେରା, ସଦାଶିବ ନାୟକ, ଶାନ୍ତନୁ କୁମାର ରାଉତ, ପରେଶ ପରିଡା, ପ୍ରମୋଦ ବେହେରା, ସଚିନଦେବ ରାଉତଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକାକୁଳ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଷଡଙ୍ଗ ଓ ନସିରପୁର ଗ୍ରାମ ପରିକ୍ରମା କରାଇବାପରେ ଏକ ଶୋକୁଳ ପରିବେଶରେ ନସିରପୁର ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ଅବିନାଶ ଦାସ ମୁଖାଗ୍ନି ଦେଇଥିବାବେଳେ ସମସ୍ତ ଗ୍ରାମବାସୀ ଓ ଷଡଙ୍ଗ ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ