ମାଗଣା ସ୍ୱାସ୍ଥ୍ୟ ଶିବିର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରୀପୋଖରୀ ବ୍ଲକ ବନ୍ଦାଳୋ ମଢ଼ିଆଳି ପଞ୍ଚାୟତ ବିରିଡ଼ି ସ୍ଥିତ ହନୁମାନ ମନ୍ଦିର ଠାରେ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଡ଼. କୃତାର୍ଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ୧୫୦ ଉର୍ଦ୍ଧ୍ଵ ଲୋକ ଯୋଗ ଦେଇଥିଲେ । ଏଥିରେ ଛୋଟ ବଡ ରୋଗରେ ପୀଡିତ ଥିବା ରୋଗୀଙ୍କୁ ପରୀକ୍ଷା ନିରୀକ୍ଷା କରାଯିବା ପରେ ମାଗଣା ଔଷଧ ବିତରଣ କରଯାଇଥିଲା । ଆଗକୁ ଏହି ଅଞ୍ଚଳରେ ଗରୀବ ଅସହାୟ ମାନଙ୍କ ପାଇଁ ଏଭଳି ରୋଗୀ ସେବା ଜାରି ରହିବ ବୋଲି ଡ଼.ସାହୁ କହିଥିଲେ । ଏହାସହିତ ରେଣୁ ସାହୁଙ୍କ ଦ୍ୱାରା ମଧ୍ୟ ଅଙ୍କ ଜ୍ୟୋତିଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।