ବିଧାୟକଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ
ରାଇକିଆ, (ପ୍ରଦୀପ କୁମାର ବେହେରା) :-କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ରେ ଶୁକ୍ରବାର ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରି ଛନ୍ତି । ବ୍ଲକ୍ କାର୍ଯ୍ୟଳୟ ପରିସର ରେ ନବ ନିର୍ମିତ ଅତିଥି ଭବନ, ବେରେଡାକିଆ ମାର୍କେଟ କମ୍ପ୍ଲେକ୍ସ ଗୃହ ଏବଂ ବଜାର ଚାରିଛକ ଠାରେ ଏଟିଏମ୍ ମେସିନ କୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ବ୍ଲକ୍ ଉପାଧ୍ୟକ୍ଷା ରୀନା ପ୍ରଧାନ, ବିଡ଼ିଓ ସ୍ମରଣିକା ତୁଳ ଙ୍କ ସମେତ ବିଭିନ୍ନ ବିଭାଗ ର ପଦାଧିକାରୀ ଉପସ୍ଥିତ ଥିଲେ ।


