ବାଲାଜୀ ଠାକୁରଙ୍କ ବିବାହ ଉତ୍ସବ ପାଳିତ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଜି ହେଉଛି ପବିତ୍ର ଅଖି ତୃତୀୟା l ଏହି ଦିନକୁ ବାଲାଜୀ ଠାକୁରଙ୍କ ବିବାହ ଦିବସ ଭାବେ ମଧ୍ୟ ପାଳନ କରାଯାଏ l ଛତ୍ରପୁର ରେ ଏହି ପୂଜା 2007 ମସିହା ଠାରୁ ଚାଲିଥିବା ବେଳେ ଚଳିତ ବର୍ଷ ଏହି ଯାତ୍ରାକୁ ଏକ ଭିନ୍ନ ଢଙ୍ଗରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି l ଏହି ପରିପ୍ରେକ୍ଷୀରେ ଆଜି ଛତ୍ରପୁର ତାଡେ଼ପଲ୍ଲୀ ସାହି ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଏକ ବିରାଟ ଶୋଭା ଯାତ୍ରାରେ ବାଲାଜୀ ଠାକୁରଙ୍କୁ ମା ରାମାୟଣମ୍ମା ସୋଭାଗ୍ୟ କଲ୍ୟାଣ ମଣ୍ଡପ କୁ ଅଣାଯାଇଥିଲା l ସେଠାରେ କଲ୍ୟାଣମ ପ୍ରତିଷ୍ଠା କରାଯିବା ସହ ରୀତିନୀତି ଅନୁଯାୟୀ ପୂଜାର୍ଚନା କରାଯାଇଥିଲା l ବର ପକ୍ଷରୁ ଯୁବ ସମାଜ ସେବୀ ସୁଧୀର କୁମାର ପଟ୍ଟନାୟକ ଓ ତାଙ୍କ ପତ୍ନୀ ସମାପ୍ତି ପଟ୍ଟନାୟକ ଏବଂ କେ. ରାମଚନ୍ଦ୍ର ଓ ତାଙ୍କ ପତ୍ନୀ ଦାୟିତ୍ୱ ତୁଲାଇଥିବା ବେଳେ କନ୍ୟା ପକ୍ଷରୁ ଶଙ୍କର ଚକ୍ଷୁ ଚିକିତ୍ସାଲୟର ଉପଦେଷ୍ଠା ବି. ଶ୍ରୀନିବାସ ରାଓ ଓ ତାଙ୍କ ପତ୍ନୀ ଏବଂ ଯୁବ ବ୍ୟବସାୟୀ ଭି.ତ୍ରିନାଥ ରାଓ ଓ ତାଙ୍କ ପତ୍ନୀ ଦାୟିତ୍ୱ ତୁଲାଇଥିଲେ l ଏହି କାର୍ଯ୍ୟକ୍ରମ ରେ ହାଇଦ୍ରାବାଦ ରୁ କାମେଶ୍ୱରୀ ଓ ରାଇପୁର ରୁ ପି. ନିରୋସା ଆସି ସଂଗୀତ ପରିବେଷଣ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ