ମୁସଲମାନ ସଂପ୍ରଦାୟ ତରଫରୁ ଧୁମଧାମରେ ଇଦ୍ ପର୍ବ ପାଳିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୁସଲମାନ ସଂପ୍ରଦାୟର ବଡ଼ ଗଣ ପର୍ବ ହେଉଛି ଇଦ୍ -ଉଲ୍-ଫିଦର ପର୍ବ ।କରୋନାର କରାଳ ପ୍ରକୋପ ଯୋଗୁଁ ଦୁଇବର୍ଷ ହେଲା ଲୋକେ ଘରେ ରହି ପର୍ବ ପାଳୁଥିଲେ । ଚଳିତବର୍ଷ କରୋନା କଟକଣା ହଟିବା ଯୋଗୁଁ ମୁସଲମାନ ସଂପ୍ରଦାୟ ତରଫରୁ ଧୁମଧାମରେ ଇଦ୍ ପାଳିତ‌ ହୋଇଛି । ଇଦ୍ ହେଉଛି ମୁସଲମାନ ସଂପ୍ରଦାୟର ଆନନ୍ଦ ଓ ଉତ୍ସାହର ପର୍ବ । ରାମଜାନ୍ ମାସ ଶେଷ ହେଲା ।ଏକମାସ ହେଲା ଉପବାସ ଧାର୍ମିକ ଲୋକେ ରଖିଥିଲେ । ଗତକାଲି ସଂଧ୍ୟା ୬.୧୩ରେ ଚାନ୍ଦ ଦେଖାଯିବା ପରେ ଇଦ୍-ଉଲ-ଫିତର ପର୍ବ ପାଳନ କରିବା ପାଇଁ ଚାନ୍ଦ କମିଟି ଅନୁମତି ପ୍ରଦାନ କରିଥିଲା ।ଆଜି ରାଇରଙ୍ଗପୁର ସହରର ଠାକୁରାଣୀ ବେଡା ଗ୍ରାମରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ସକାଳେ ସମସ୍ତେ ଶୌଚ ଓ ସ୍ନାନ ସାରି ନବ ବସ୍ତ୍ର ପରିଧାନ ଅତର ସିଞ୍ଚନ କରି ସାମୁହିକ ଭାବେ ମସଜିଦ ଯାଇ ନମାଜ ପଢିଥିଲେ । ସେହିଭଳି ବିଶୋଇ ବ୍ଲକର ଲୁହାକାନି ଗ୍ରାମରେ ସଂଖ୍ୟାଲଘୁ ସମ୍ପ୍ରଦାୟ ତରଫରୁ ଇଦ୍ ପର୍ବ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଆଜି ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ମିଷ୍ଟାନ୍ନ ଖୁଆଇ ଥିଲେ । ସମସ୍ତଙ୍କ ଘରେ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ ।ବଂଧୁବାଂଧବଙ୍କୁ ଡାକି ସାଙ୍ଗରେ ବସି ଖାଇବା ବ୍ୟବସ୍ଥା କରାଯାଇଥିଲା ।ରାତିରେ ମସଜିଦରେ ମସିହାରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରାଇରଙ୍ଗପୁର ସମେତ ଭାଲୂବସା, ନାଗଭଣ, ସମରଦଫା, ଗୋରୁମହିଷାଣୀ, ତାରକା, ଦେଓଗାଁ, ତେଣ୍ଟପୋଷୀ, ଗମ୍ଭାରିଆ, ଯଶିପୁର,ତାରକା, ବିଞ୍ଝୁଆ ପ୍ରଭୃତି ମୁସଲମାନ ବସ୍ତି ଅଂଚଳରେ ରହୁଥିବା ମୁସଲମାନ ସଂପ୍ରଦାୟ ତରଫରୁ ଇଦ୍ ପର୍ବ ପାଳିତ ହୋଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ