ଭାଇଚାରର ବାର୍ତ୍ତା ଦେଲା ଜୟ ଜଗନ୍ନାଥ ସେବା ସମିତି

କଟକ, (ଯୁଗାବ୍ଦ ନ୍ୟୁଜ) :-ଅଭିନବ ପ୍ରୟାସରେ ପବିତ୍ର ଇଦୁଲ ଫିତର ପାଳନ କରିଲେ ଓଡିଶାର ଅଗ୍ରଣୀ ସମାଜିକ ସଂଗଠନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ । ଇଦୁଲ ଫିତର ଅବସରରେ କଟକର ଚାରି ଗୋଟି ମସଜିଦ୍ ମଣିସାହୁ ଛକ: ସୁଲତାନ ମସଜିଦ୍ କେଶର ପୁର:ବଡ଼ି ମସଜିଦ ମଙ୍ଗଳାବାଗ:ରାଜ୍ଜା ମସଜିଦ ବକ୍ସିବଜାର ପଲଟନ ମସଜିଦରେ ନମାଜ ପ୍ରାଥନା ସାରିବା ପରେ ମୁସଲିମ ଭାଇଙ୍କୁ ହାଲୁଆ, ମିଠା, ସର୍ବତ, ଛୋଟ ପିଲାଙ୍କୁ ଚକଲେଟ ଓ ବେଲୁନ ଦେବା ସହ ମସଜିଦ ମୁଖ୍ୟଙ୍କୁ ସମ୍ବର୍ଦ୍ଧିତ କରା ଯାଇ ଇଦ ପାଳନ କରାଯାଇଥିକା । ଏହି ସ୍ୱତନ୍ତ୍ର ଭାଇଚାରାର କାର୍ଯ୍ୟକ୍ରମରେ ଅତିଥି ରୂପେ କଟକ ଡିସିପି ଶ୍ରୀ ପ୍ରତୀକ ସିଂ , ମଙ୍ଗଳବାଗ ଆଇ ଆଇ ସି ଅମିତା୍ୱଭ ମହାପାତ୍ର , ଅଭିନେତା କୁନା ତ୍ରିପାଠୀ, ଅଭିନେତା ଶୁଭାସିସ ଶର୍ମା (ମଣ୍ଟୁ ଭାଇ) , ଓଡ଼ିଆ ଚଳଚିତ୍ର ପ୍ରଯୋଜକ ସନ୍ଦୀପ ରାଉତ, ପୂର୍ବତନ ଓସିଏ ସମ୍ପାଦକ ଶ୍ରୀଯୁକ୍ତ ଆଶ୍ରିବାଦ ବେହେରା ଏବଂ ସାହି ମୁରବୀ ବିଶିଷ୍ଟ ମାନ୍ୟ ଗଣ ବ୍ୟକ୍ତି ଯୋଗଦାନ ଦେଇ ଏହି ଭାଇଚାରା କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । କଟକ ଭାଇଚାରର ପ୍ରତୀକ ଏହି ଭବ୍ୟ ବାର୍ତ୍ତାକୁ ସଭିଙ୍କ ନିକଟରେ ପହଞ୍ଚାଇବା ପ୍ରୟାସ କରାଯାଇଥିଲା । ଟ୍ରଷ୍ଟର ସମସ୍ତ ମେମ୍ବରଙ୍କ ସହଯୋଗ,ସଂପାଦକ ଶଶାଙ୍କ ଶେଖର ଦାଶ ,ସଭାପତି ମନୋଜ ପଣ୍ଡା ଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ସମ୍ପନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ