ହୃଦ ରୋଗୀ ଶିଶୁଙ୍କ ପାଇଁ ସଂଜୀବନୀ ସାଜିଚ୍ଥି ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଯାଜପୁର ମାଧ୍ୟମରେ ଅଦ୍ୟାବଧି ୧୦୦ ରୁ ଅଧିକ ହୃଦ ରୋଗରେ ପୀଡିତ ଶିଶୁ ଓ ଚ୍ଥାତ୍ରଚ୍ଥାତ୍ରୀ ଙ୍କ ଅସ୍ତ୍ରୋପଚାର ସପଂଳତାର ସହିତ ହୋଇଅଚ୍ଥି । ଗତ ୨୫ା୦୪ା୦୨୦୨୨ ରିଖରେ ୧୦ ଜଣ ଶିଶୁଙ୍କୁ ହୃଦ ରୋଗର ଅସ୍ତ୍ରୋପଚାର ପାଇଁ ଅହମଦାବାଦ ସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲକୁ ସର୍ଜରୀ ପାଇଁ ପଠାଯାଇଅଚ୍ଥି । ଯାଜପୁର ଜିଲ୍ଳ୍‌ାର ବିଭିନ୍ନ ଅଙ୍ଗନୱାଡି ଓ ସ୍କୁଲରୁ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମୋବାଇଲ୍ ହେଲ୍ପ ଟିମ୍ ଦ୍ୱାରା ପ୍ରଥମେ ଏହି ପିଲା ମାନଙ୍କୁ ଚିହ୍ନଟ କରାଯାଇଥିଲା । ଏହାପରେ ଗତ ତା ୨୨ା୦୩ା୨୦୨୨ ରିଖରେ ଭୁବନେଶ୍ୱର ସ୍ଥିତ ସାଇ ଜନନୀ କ୍ୟାମ୍ପସ୍‌, ଖାରବେଳ ନଗରରେ ୧୬ ଜଣ ଶିଶୁଙ୍କର ବିନା ମୂଲ୍ୟରେ ଇକୋ ପରୀକ୍ଷା କରାଯାଇଥିଲା । ତନ୍ମଧ୍ୟରୁ ୧୦ ଜଣ ପିଲାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଏମ୍‌.ଓ. ଡା. ସୁଶାନ୍ତ କୁମାର ଦାସ ଏବଂ ମାର୍କଣ୍ଡପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଏମ୍‌.ଓ. ଡା. କିଶୋର ପରିଡାଙ୍କ ନେତୃତ୍ୱରେ ଏହି ପିଲା ମାନଙ୍କୁ ସର୍ଜରୀ ପାଇଁ ପଠା ଯାଇଚ୍ଥି । ଏହି କାର୍ଯ୍ୟକ୍ରମକୁ ଡା. ଶିବାଶିଷ ମହାରଣା, ଏ.ଡି.ପି.ଏଚ୍‌.ଓ.ଏପଂ.ଡବ୍ଳୁ., ଯାଜପୁର ଏବଂ ମିଲନ କୁମାର ପଢିଆରୀ, ଆର୍‌.ବି.ଏସ୍‌.କେ. ପରିଚାଳକ, ଯାଜପୁର ଉପସ୍ଥିତ ରହି ଶିଶୁ ମାନଙ୍କ ଅଭିଭାବକ ମାନଙ୍କୁ ଅସ୍ତ୍ରୋପଚାର ବିଷୟରେ ବୁଝାଇବା ସହିତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ରାଜ୍ୟ, ଜିଲ୍ଲା ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତରପଂରୁ ସମସ୍ତ ଚିକିତ୍ସା ଓ ପରିବହନ ଖର୍ଚ୍ଚ ଯୋଗାଇ ଦିଆଯାଇଚ୍ଥି ବୋଲି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ବିରଞ୍ଚି ନାରାୟଣ ବାରିକ ସୂଚନା ଦେଇଚ୍ଥନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ