ଅବ୍ୟବସ୍ଥା ଘେରରେ କଟାମା ହାଇସ୍କୁଲ ଛାତ୍ରାବାସ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କଟାମା ପଞ୍ଚାୟତ ସଦର କାଟାମା ଠାରେ ଥିବା ଛାତ୍ରାବାସ ଅବ୍ୟବସ୍ଥା ମଧ୍ୟରେ ରହିଅଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିବା ଏହି ଛାତ୍ରା ବାସ କୋଠା ଓ ଛାତ୍ରଙ୍କୁ ରୋଷେଇ କରିବା ପାଇଁ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବାର ପରିଲ୍ଲିଖିତ ହେଉଛି । ରୋଷେଇ ଶାଳାର ବ୍ୟବସ୍ଥା ନଥିବାରୁ ବର୍ଷା, କାକର, ଗ୍ରୀଷ୍ମରେ ପିଲାଙ୍କୁ ଖାଇବାକୁଦେବାକୁ ହେଲେ କାଠିକର ପାଠ ହୋଇପଡୁଛି । ରୋଷେଇ କରିବା କୁ ବହୁତ ଅସୁବିଧା ହେବାକୁ ପଡୁଥିବା ବେଳେ ଖାଇବା ପାଇଁ ସ୍ଥାନ ନଥିବାରୁ ଆରୁରି ଅସୁବିଧାରେ ପଡୁଥିବାର କହିଛନ୍ତି । ଖୋଲା ମେଲାରେ ପିଲାଙ୍କୁ ରୋଷେଇ କରିବା କୁ ପଢେ । ରୋଷେଇ ଘର ମୂଳ ରୁ ନାହିଁ ଓ ଛାତ୍ରା ବାସ କୋଠା ମଧ୍ୟ ଅଧାପନ୍ତରିଆ ପଡି ରହିଛି । ୧୦୦ଶଯ୍ୟା ବିଶଷ୍ଟ ଛାତ୍ରାବାସ ନିର୍ମାଣ ପାଇଁ କାମ ଚାଲିଥିଲେ ମଧ୍ୟ ଏହା ଏବେ ଅଧପନ୍ତରିଆ ଭାବେ ପଡି ରହିଛି । ୨ବର୍ଷ ହେଲା ଆଦିବାସୀ ପିଲା ମାନେ ସରକାରୀ ଯୋଜନା ରେ ସଫଳ ହୋଇ ପାରୁ ନାହାଁନ୍ତି । କଟାମା ଠାରୁ ମୋହନା ବ୍ଲକ ସଦରକୁ ଯିବାକୁ ହେଲେ ୫୦ ରୁ ୪୦ କିଲୋମିଟର ଯିବାକୁ ପଢେ । ଜିଲ୍ଲା ପ୍ରଶାସନ ଏହା ପ୍ରତି ଦୃଷ୍ଟି ଦେଲେ କଟାମା ପଞ୍ଚାୟତ ବାସୀ ଉପକୃତ ହେବେ ବୋଲି ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ